ଅବକାରୀ ବିଭାଗ ନିଶାରେ ।ଗଜପତି ପୋଲିସ୍ ଖଡଗହସ୍ତ ।ମୋହନା ପୋଲିସ୍ ପୁଣି ଜବତ କଲା ଟାଟା ସୁମୋ ସହ ବିପୁଳ ଗଞ୍ଜେଇ । ତିନି ଗିରଫ

0
325

ବ୍ରହ୍ମପୁର,୦୯/୦୯/୨୦୨୦ , ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁଁ ଜିଲ୍ଲାରୁ ଅବୈଧ ଗଞ୍ଜେଇ ଚାଲାଣ ନିୟନ୍ତ୍ରଣ ବାହାରେ ଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ଅବକାରୀ ବିଭାଗ ପ୍ରଶାସନିକ ଦବଦବାରେ ରହି ସୁବିଧା ସ୍ଥିତିରେ ଥିବା ବେଳେ ଗଞ୍ଜେଇ ଚାଲାଣ ଧରପଗଡ଼ ନେଇ ତିନି ଜିଲ୍ଲାର ସୀମାନ୍ତରେ ଥିବା ମୋହନା ଥାନାର ଚାପ ବଢ଼ୁଥିବା ଜଣାଯାଇଛି ।ସମ୍ପ୍ରତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ଚୋରା ଗଞ୍ଜେଇ ଚାଲାଣ ପ୍ରତି ସ୍ଵତନ୍ତ୍ର ଗୁରୁତ୍ବ ଦେଉଥିବାରୁ ଜିଲ୍ଲା ପୋଲିସ ସକ୍ରିୟ ଥିବା ଜଣାଯାଇଛି । ଘନ ଘନ ଅତର୍କିତ ଚଢ଼ାଉ କରି ଗାଡ଼ି ଜବତ ସହିତ ଶହଶହ କେଜି ଗଞ୍ଜେଇ ଜବତ କରୁଥିଲେ ମଧ୍ୟ ଏହାର ପ୍ରଭାବ ପଡ଼ୁ ନଥିବା ଲକ୍ଷ୍ଯ କରାଯାଉଅଛି ।ସ୍ଥାନୀୟ କିଛି ଅବକାରୀ ଓ ପୋଲିସ୍ କର୍ମଚାରୀଙ୍କ ସଲାସୁତୁରାରେ ସ୍ଥାନୀୟ ମାଫିଆ ମାନେ ନିର୍ଭିଘ୍ଣରେ ଗଞ୍ଜେଇ ଚାଲାଣ କରୁଥିବା ଗୋପନୀୟ ସୂତ୍ରରୁ ଖବର ରହିଅଛି ।ପରନ୍ତୁ ମୋହନା ଥାନା ଚିରାଚରିତ ଢଙ୍ଗରେ ଗଞ୍ଜେଇ ଗୋଦାମକୁ ଆଢ଼ୁଆଳରେ ରଖି ଗଞ୍ଜେଇ ଚାଲାଣ କରୁଥିବା ଗାଡି ଓ ଚାଲାଣ କାରୀଙ୍କୁ ଗଞ୍ଜେଇ ସହ ଧରୁଥିବା ଅଂଚଳରେ ଚର୍ଚ୍ଚା ହେଉଅଛି ।

ଏହି କ୍ରମରେ ଗତକାଲି ମୋହନା ଥାନା ପକ୍ଷରୁ ଜିଲ୍ଲା ଏସ ପି ଙ୍କ ନିର୍ଦ୍ଧେଶ ପ୍ରକାରେ ଥାନା ଅଂଚଳର ତରାମାଳ ଓ ଚାନ୍ଦିପୁଟ କଲେଜ ରାଜ୍ୟ ରାଜପଥ -୬୦ ରାସ୍ତାରେ ଏକ ଟାଟା ସୁମୋ ରେ ନଂ ବି ଆର୍ ୧୧ ଏଚ଼ – ୪୩୭୩ କୁ ଅଟକାଇ ଖାନ୍ ତଲାସୀ ବେଳେ ତିନୋଟି ପ୍ଲାଷ୍ଟିକ ପକେଟରେ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବଜାର ମୂଲ୍ୟର ୮୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି । ଥାନା ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି ଧରପଗଡରେ ଏ ଏସ ଆଇ ସୁନିଲ କୁମାର ଦଳେଇ ସଦଳବଳେ ଗଞ୍ଜେଇ ସହ ଗାଡି ଏବଂ ତିନି ସନ୍ଦିଗ୍ଧ ବିହାର ଭାଗଲପୁର ଅଞ୍ଚଳର ଦୀପକ୍ କୁମାର୍ ଯାଦବ ,ରୁପେଶ କୁମାର ଯାଦବ ଓ ବିକାଶ କୁମାର ଯାଦବଙ୍କୁ ଗିରଫ କରିଅଛି । ଗିରଫ ସନ୍ଦିଗ୍ଧ ଙ୍କ ବୟାନ ପ୍ରକାରେ ଜବତ ଗଞ୍ଜେଇ ଜିରାଙ୍ଗ ଅଞ୍ଚଳରୁ ଆଣିଥିବା ପ୍ରକାଶ କରିଛନ୍ତି । ମୋହନା ତହସିଲଦାର ତଥା ଏକିକ୍ୟୁଟିଭ୍ ଅଜିଷ୍ଟ୍ରେଟ୍ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ସିଜ୍ ହେବା ସହିତ ଥାନା କେଶ ନଂ ୧୩୯/୨୦୨୦ ପ୍ରକାରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ଦିଆଯାଇଛି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here