ମୁକୁଳା ପଡ଼ିଛି ଡ୍ରେନ। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ମନୁଷ୍ୟ ଓ ପଶୁ।

0
311

ପାରଳାଖେମୁଣ୍ଡି,୦୯/୦୯/୨୦୨୦ (ପ୍ରଭାତ କୁମାର ପାତ୍ର)ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ସାଙ୍ଗକୁ, ମୁକୁଳା ପଡ଼ିଛି ଡ୍ରେନ। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ମନୁଷ୍ୟ ଓ ପଶୁ। ନିର୍ମାଣଧୀନ ନାଳରେ ଖସିପଡ଼ି ଫସି ରହିଛି ତିନୋଟି ଗୋରୁ। ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ। ତଥାପି ଗୋରୁଙ୍କ ଟଳିନି ସଙ୍କଟ ।ପାରଳାଖେମୁଣ୍ଡି – ରାଣିପେଣ୍ଠ ମୁଖ୍ୟ ରାସ୍ତା କଡରେ ନାଳ ମଧ୍ୟରେ ପଡି ତିନୋଟି ଗୋରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ତଥାପି ସଫଳ ହୋଇନଥିଲେ। ଜେସିବି ମେସିନ ଦ୍ବାରା ନାଳର ଛାତ ଭାଙ୍ଗିବା ପରେ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ ତିନୋଟି ଗୋରୁ। ତେବେ ବର୍ଷ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରାସ୍ତା କାମ ଓ ନାଳ ନିର୍ମାଣ ପଡ଼ି ରହିଥିବାରୁ ଏହିପରି ଅସଂଖ୍ୟ ଅଘଟଣ ଘଟିଚାଲିଛି ତଥାପି ଏଥିପ୍ରତି ନା ଅଛି ବିଭାଗୀୟ ଅଧିକାରୀଙ୍କ ତତ୍ପରତା ନା ଅଛି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି। ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ସହ ସମ୍ପୃକ୍ତ ବିଭାଗର ସମନ୍ବୟର ଅଭାବ ମଧ୍ୟରେ ବିପଦର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ।

LEAVE A REPLY

Please enter your comment!
Please enter your name here