କୁକୁଡାଖଣ୍ଡି ବ୍ଲକରେ ଭିଜିଲାନ୍ସ ଯାଂଚ ପିସି କାରବାର ନେଇ ଖୋଳତାଡ।

0
137

 

କୁକୁଡାଖଣ୍ଡି,୦୯/୦୯/୨୦୨୦(ବ୍ୟୁରୋ ରିପୋର୍ଟ)କୁକୁଡାଖଣ୍ଡି ବ୍ଲକରେ ଦିନକୁ ଦିନ ଦୁର୍ନୀତିର ତାଲିକା ବଢ଼ିବାରେ ଲାଗିଚି I ଏନେଇ ଅଭିଯୋଗ ହେବାପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୨ଜଣିଆ ଟିମ୍ କୁକୁଡାଖଣ୍ଡି ବ୍ଲକ କାଯ୍ୟାଳୟରେ ପହଞି ଯାଞ କରିଛନ୍ତି।ବିଡିଓ କଂ କାଯ୍ୟାଳୟରେ ପିସି ଅଭିଯୋଗ ବାବଦରେ ବିଡିଓ,ସହକାରୀ ଯନ୍ତୀ , କନିଷ୍ଟ ଯନ୍ତୀ ଙ୍କୁ ପଚରାଉଚୁରା କରିବା ସହ ଅଭିଯୋଗ ହୋଇଥିବା କାଯ୍ୟର କ୍ୟାସ ବୁକ ନେଇଛନ୍ତି।ପରେ ଗୁରୁଣ୍ଠି ଗ୍ରାମକୁ ଯାଇ ଦଣ୍ଡପାଟଣା ସାହିରେ ହୋଇଥିବା କାଯ୍ୟକୁ ଦେଖିବା ସହ ମାପଜୁପ କରିଥିଲେ।ପରେ ଜେଇ ଉକ୍ତ କାଯ୍ୟ ବୁଝିବାକୁ କହିଥିବା ବ୍ୟକ୍ତି ଙ୍କୁ ପଚରାଉଚୁରା କରିଥିଲେ। ଶରତ ଚନ୍ଦ୍ର ସାହୁ ,ହରପ୍ରସାଦ ମହାପାତ୍ର ଦୁଇଜଣିଆ ଟିମ୍ ଏହି ତଦନ୍ତ କରିଥିଲେ। ୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏଲ.ମୋହନ ଦାସ ତାଙ୍କ ଅଭିଯୋଗ ମୁତାବକ ସେ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଗୁରୁଣ୍ଠି ଗ୍ରାମ ଦଣ୍ଡ ପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିଥିଲେ I କନିଷ୍ଟ ଯନ୍ତ୍ରୀ କୈଳାଶ ପାତ୍ରଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି.ଫକୀର ପାତ୍ର ଙ୍କୁ କୁଆଡେ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ I କାର୍ଯ୍ୟ ଶେଷ ହେବାପରେ ବିଲ ହୋଇଥିବା ଅର୍ଥ ରାଶିରୁ ୧୮ ହଜାର ଟଙ୍କା ସିକୁରିଟି ଡିପୋଜିଟ ଏବଂ ସିଧାସଳଖ ତିରିଶି ହଜାର ଟଙ୍କା କମିଶନ ଆକାରରେ କନିଷ୍ଟ ଯନ୍ତ୍ରୀ ଶ୍ରୀ ପାତ୍ର ନେଇଥିବା ଅଭିଯୋଗ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟ I ଏବଂ କାହିଁକି ଏଇ ପଇସା କାଟୁଚନ୍ତି ବୋଲି ପ୍ରଶ୍ନ କରିବାରୁ ଆପଣ ଜାଣିଚନ୍ତି ଏ ପଇସା କେବଳ ମୋର ନୁହଁ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଏଥିରେ ଭାଗିଦାର ଅଚନ୍ତି ବୋଲି କୁଆଡେ କହିଚନ୍ତି କନିଷ୍ଟ ଯନ୍ତ୍ରୀ I ଏବଂ ନିଜ ହାତ ଲେଖା କାଗଜରେ ସିଧାସଳଖ ହିସାବ ଲେଖି ବକେୟା ୭୮ ହଜାର ଟଙ୍କାର ଚେକ ଫକୀର ପାତ୍ର ଙ୍କୁ ଦେଇଥିଲେI ଏ ନେଇ ଜିଲ୍ଲା ପରିଷଦ ସଦସ୍ୟ ଅଭିଯୋଗ କରିବା ସହ ଘଟଣାର ଭିଜିଲାନ୍ସ ରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଥିଲେ।ଏ ବାବଦରେ ବ୍ଲକର କନିଷ୍ଟ ଯନ୍ତ୍ରୀ ମୁଁ କୌଣସି ପ୍ରକାର ପିସି କାରବାର କରିନାହିଁ ବୋଲି କହିବା ସହ ମୁଁ କିଛି ହିସାବ ରଖିଛି ବୋଲି କହିଥିଲେ I

LEAVE A REPLY

Please enter your comment!
Please enter your name here