ବିଧାୟିକା ଙ୍କ ଉନ୍ନୟନ ମୂଳକ କାର୍ଯ୍ଯ ର ସମୀକ୍ଷା ଓ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ ।

0
362

ପୋଲସରା, ୦୯/୦୯/୨୦୨୦ ( ଟୁକୁନା ପ୍ରଧାନ) – :ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନ୍ଏସି କାର୍ଯ୍ୟାଳୟ ଗସ୍ତ କରି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ଉପସ୍ଥିତି ରେ ୧୭୮ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ତିନି ମାସ ମଧ୍ୟ ରେ କାର୍ଯ୍ଯ ଶେଷ କରି ଅତିରିକ୍ତ କୋଡିଏ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଚାଲୁରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମିକ୍ଷା କରିବା ସଙ୍ଗେ ସଙ୍ଗେ ସେଗୁଡିକ କେମିତି ଚାଲିଛି ଜାଣିବା ପାଇଁ ପ୍ରତ୍ୟକ ସ୍ଥାନ କୁ ଯାଇ ପରିଦର୍ଶନ କରି ଉନ୍ନତ ମାନର କାର୍ଯ୍ଯ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ସମେତ ଅନ୍ୟମାନ ଙ୍କୁ କହିଥିବା ଜଣାପଡ଼ିଛି ।ଏହା ସହିତ ଜନସାଧାରଣଙ୍କ ଆବଶ୍ୟକତା କୁ ଅନୁଧ୍ୟାନ କରି ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।ଆଜିର ଏହି କାର୍ଯକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି କର୍ମକର୍ତ୍ତା ଦ୍ଵାରୀକା ନାଥ ପାଢ଼ୀ ,ଚନ୍ଦ୍ର ମାରାଣ୍ଡି , ଉଦୟ ନାଥ ସାହୁ , ସ୍ୱପ୍ନ କୁମାର ସାହୁ ,ଧୀରଜ କୁମାର ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here