୬ ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

0
307

ପୋଲସରା,୦୯/୦୯/୨୦୨୦: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ୬ ଟି ପଞ୍ଚାୟତର ୧୭୩ ଜଣ ହିତାଧିକାରୀଙ୍କୁ ବୁଧବାର ଦିନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଭିନ୍ନ ଭତ୍ତା ବଣ୍ଟନ କରିଥିଲେ। ସେପ୍ଟେମ୍ବର ୯ ତାରିଖ ଦିନ ବ୍ଲକ ପରିସରରେ ଅନୁଷ୍ଠିତ ୬ ଗୋଟି ପଞ୍ଚାୟତର ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା , ସମାଜ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ, ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here