ମାଗଣା ବୁଟ ଚଣା ବଣ୍ଟନରେ ଦୁର୍ନୀତି । ଦୁଇ କିଲୋ ବଦଳରେ ଦେଢ଼ କିଲୋ ଦେଉଥିବା ନେଇ ଯୋଗାଣ ସହାୟିକାଙ୍କ ବିରୋଧରେ ଅଭିଯୋଗ କଲେ ନରସିଂହ ଗଡ ୱାର୍ଡବାସୀ ।

0
337

ବ୍ରହ୍ମପୁର,୦୯/୦୯/୨୦୨୦ : କରୋନା ପରବର୍ତ୍ତୀ ଜିଲ୍ଲା ସ୍ତରୀୟ ଦିଶା ବୈଠକରେ ଗଂଜାମ ଜିଲ୍ଲାର ଅସନ୍ତୁଳିତ ପ୍ରଶାସନିକ ବ୍ୟବସ୍ଥାରେ ଅଧସ୍ତନ କର୍ମଚାରୀଙ୍କ ପ୍ରାଦୁର୍ଭାବକୁ ନେଇ ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମହୋଡ଼ୟଙ୍କ ଅବତାରଣା ଗଞ୍ଜାମର ସାମ୍ପ୍ରତିକ ପ୍ରଶାସନିକ ବ୍ୟବସ୍ଥାକୁ ସୁଚାଇଅଛି । କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଅଧିକାରୀ ସମୂହ ରାତିଦିନ ଏକ କରି ଚାଲେଞ୍ଜ ସହକାରେ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପୂଷମାସ ହୋଇଥିବା ପ୍ରତୀୟମାନ ହେଉଅଛି । କରୋନା ସଂକ୍ରମଣ ଜନିତ କାରଣ ପାଇଁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଅନୁକମ୍ପା ମୂଳକ ସହାୟତା ସାଧାରଣ ଜନତା ଓ କୃଷକ ଆଦିଙ୍କ ପାଇଁ ଥିବା ବେଳେ କର୍ମଚାରୀଙ୍କ ଦ୍ଵାରା ଯୋଜନାର ବାଟମାରଣା ହେଉଥିବା ଅଭିଯୋଗ ବଢ଼ିବାରେ ଲଗିଅଛି। ବ୍ଲକ୍ ସ୍ତରରେ ଜେ ଇ ,ଏ ଇ , ଇ ଓ , ଜି ଆର୍ ଏସ ଏବଂ ଯୋଗାଣ ସହାୟକ ମାନଙ୍କ ପ୍ରାଦୁର୍ଭାବ ବହୁଗୁଣିତ ହୋଇଥିବା ଲକ୍ଷ କରାଯାଇଅଛି ।ସରକାରୀ ବ୍ୟବସ୍ଥାର ଆଢ଼ୁଆଳରେ ଯୋଜନାକୁ ହରିଲୁଟ୍ କରୁଥିବା ନେଇ ବହୁ ଅଭିଯୋଗ ହେଉଅଛି ।
ଏହି କ୍ରମରେ ସାନଖେମୁଣ୍ଡି ବ୍ଲକର ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସିନ୍ଦା ସମୂହ ଭାବେ ଆଜି ବ୍ଲକରେ ପହଞ୍ଚି ଯୋଗାଣ ସହାୟିକାଙ୍କ ବିରୋଧରେ ମାଗଣା ବଣ୍ଟନ କରାଯାଉଥିବା ବୁଟ ଚଣାକୁ ଓଜନରେ କମ୍ କରି ପ୍ରଦାନ୍ କରୁଥିବା ନେଇ ଅଭିଯୋଗ କରିଛନ୍ତି । ୱାର୍ଡ଼ ୫ ର ନରସିଂହ ଗଡ ଗ୍ରାମର ପଚାଶରୁ ଉର୍ଦ୍ଧ ପୁରୁଷ ଓ ମହିଳା ହିତାଧିକାରୀ ବ୍ଲକ୍ ବିଡ଼ିଓଙ୍କ ଉଦ୍ଧେଶ୍ୟରେ ଥିବା ଅଭିଯୋଗ ପତ୍ରକୁ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ଯୋଗାଣ ଅଧିକାରୀ ବିଶ୍ବଜିତ ସେଠୀଙ୍କୁ ପ୍ରଦାନ କରିଛନ୍ତି।ଅଭିଯୋଗରେ ଯୋଗାଣ ସହାୟିକାଙ୍କ ଦ୍ଵାରା ବଣ୍ଟନ କରାଯାଉଥିବା ଦୁଇ କେଜି ଓଜନ ବୁଟ ଚଣା ବାସ୍ତବରେ ଦେଢ଼ କେଜି ହେଉଥିବା ଦର୍ଶାଇଛନ୍ତି ।ଏହା ସହିତ ସହାୟିକାଙ୍କ ଦ୍ଵାରା ବଣ୍ଟନ କରାଯାଉଥିବା ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସାମଗ୍ରୀରେ ମଧ୍ୟ ହେରଫେର ହେଉଥିବା , ଅଭିଯୋଗ କଲେ ନିଜ ସମ୍ପର୍କୀୟ ଗୋଷ୍ଠୀଙ୍କ ସହାୟତାରେ ହିତାଧିକାରୀଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here