ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପଦୋନ୍ନତି

0
308

ନୟାଗଡ଼, ୦୯/୦୯/୨୦୨୦ , ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ୨୦୧୧ ବ୍ୟାଚ୍ର ଓ.ଇ.ଏସ୍ ଡ.ବସନ୍ତ କୁମାର ନାୟକ ଓଡ଼ିଶା ଶିକ୍ଷା ସେବା-୨ , ବିଦ୍ୟାଳୟ ବିଭାଗରୁ ଓଡ଼ିଶା ଶିକ୍ଷା ସେବା-୧ କନିଷ୍ଠ ବର୍ଗକୁ ପଦୋନ୍ନତି ପାଇ ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟରେ ପୁନର୍ବାର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ରୂପେ ଅବସ୍ଥାପିତ ହୋଇ ନୂତନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଏକମାତ୍ର ବରିଷ୍ଠ BEO ଭାବରେ ଡ଼ , ନାୟକ ଯୋଗଦାନ କରିଥିବାରୁ ଓଡ଼ଗାଁ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଡ଼ ନାୟକଙ୍କ ଠାରୁ ଅଧିକ ଶିକ୍ଷାସେବା ଜନିତ ସହଯୋଗ ଆଶାରେ ଖୁସିର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଅଛି। ଏଥି ସମ୍ବନ୍ଧିତ ଏକ ସୈାହାର୍ଯ୍ୟପୂର୍ଣ୍ଣ ମୁହୂର୍ତ୍ତରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନଙ୍କ ତରଫରୁ ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଓ ଉପଢ଼ୌକନ ପ୍ରଦାନ କରାଯାଇ ଶ୍ରୀ ନାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here