କବିସୂର୍ଯ୍ଯନଗର ରେ ବ୍ଳକସ୍ତରୀୟ କୋଭିଡ଼୍ ସଚେତନତା ବୈଠକ ଓ ଶପଥ ପାଠ

0
201

 

ବ୍ରହ୍ମପୁର,୨୪/୦୯/୨୦୨୦ (ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା କୁ କୋଭିଡ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ସହର ଅଞ୍ଚଳରେ କୋଭିଡ୍ ସଚେତନତା ବୈଠକ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସେହିପରି କବିସୂର୍ଯ୍ୟନଗର ବ୍ଲକ ର ବିଭିନ୍ନ ପଂଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ଼ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହା ଦ୍ଵାରା ଲୋକ ମାନଙ୍କୁ କୋଭିଡ୍ ଉପରେ ସଚେତନତା କରାଇବା ପାଇଁ ପ୍ରତ୍ୟେକ ପଞ୍ଚାୟତ ରେ ବିଡ଼ିଓ ବାସୁଦେବ ନାୟକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେଉରୀ ଙ୍କ ତତ୍ୱବାଧାନରେ ପ୍ରତ୍ୟେକ ସାହି ସାହି ରେ ଏହି କୋଭିଡ଼୍ ସଚେତନତା ବୈଠକ ସହ ଶପଥ ପାଠ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହି କାର୍ଯ୍ୟ କ୍ରମ ରେ ବ୍ଳକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ଏନଏସି ସିଇଓ ସୁଚିତ୍ରା ଦାସ ସମତେ ସମସ୍ତ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ, ଅଙ୍ଗନବାଡି ଦିଦି, ଆଶା ଦିଦି, ମେଡିକାଲ କର୍ମକର୍ତ୍ତା, ଓ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here