ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପିତ୍ତଳ ବାଳିକା ବିଦ୍ଯାଳୟ ସଫେଇ ଓ ରେଡିଓ ପାଠ୍ୟକ୍ରମ ଆରମ୍ଭ

0
384

ଶେରଗଡ,୧୧/୧୦/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟ ରେ କୋଭିଟ କାର୍ଯ୍ୟ ପରିଚାଳନା ଯୋଗୁଁ ଦୀର୍ଘ କିଛି ମାସ ହେଲା ବିଦ୍ୟାଳୟ ଗୁଡିକ ବନ୍ଦ ରହିବା ଫଳରେ ବିଦ୍ୟାଳୟ ପରିସରରେ ଘାସବୁଦା ଓ ଜଙ୍ଗଲୀଆ ଅବସ୍ଥା ସୃଷ୍ଟି ହୋଇଛି।ଗତ ବୁଧବାର ଠାରୁ ଏହି ବିଦ୍ୟାଳୟ ରେ ରେଡିଓ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି ।ଏଣୁ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ଦାଶ ତାଙ୍କର ସହକର୍ମୀ ଶିକ୍ଷୟତ୍ରୀ ସୁନୀତି ଦାଶ ଓ ଏନ.ରେଖା ଙ୍କ ସହଯୋଗରେ ବିଦ୍ୟାଳୟ ପରିସରକୁ ନିଜେ ନିଜେ ସଫା କରିଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here