ଗୋଷ୍ଠୀଗତ ଭାଗିଦାରୀରେ “ମୋ ୱାର୍ଡ”

0
174

ଛତ୍ରପୁର,୧୧/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଜିଲ୍ଲାର ସମଗ୍ର ୱାର୍ଡ ରେ ମୋ ୱାର୍ଡ କାର୍ଯ୍ୟକ୍ରମ ପରିଚାଳିତ ହେବ । ୱାର୍ଡ ରେ ସ୍ଥାନୀୟ ଲୋକଙ୍କୁ କୁ ନେଇ ୱାର୍ଡ ଉନ୍ନୟନ କମିଟି ଗଠନ କରାଯିବ । ଏବଂ ସେହି କମିଟି ଦ୍ୱାରା ୱାର୍ଡ ର ସାମୁହିକ ବିକାଶ ଦିଗରେ ପ୍ରଯତ୍ନ କରାଯିବ । ଏହା ଦ୍ୱାରା ପ୍ରତି ୱାର୍ଡର ରାସ୍ତାଘାଟ ନାଳ ନର୍ଦ୍ଦମା ଆଲୋକ ବ୍ୟବସ୍ଥା,ସଫେଇ କାର୍ଯ୍ୟ କରାଯିବାର ଆଭିମୁଖ୍ୟ ରହିବ । ଏଥି ସକାଶେ ଆଜି ଜିଲ୍ଲା ସ୍ତରୀୟ ବୈଠକ ଭିଡିଓ କନଫେରନ୍ସିି ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ୱାର୍ଡରେ ୱାର୍ଡ ଉନ୍ନୟନ କମିଟି ଦ୍ୱାରା ସ୍ଥାନୀୟ ଅଂଚଳର ବିକାଶ ଓ ପରିବେଶକୁ ସୌନ୍ଦର୍ଯ୍ୟୀକରଣ କରିବା ଇତ୍ୟାଦି ସମସ୍ତ ଦାୟିତ୍ୱ ପରିଚାଳନା ହୋଇପାରିବ । ପରିମଳ ହେଉଛି ସେବାର ଏକ ଗୁରୁତ୍ୱପୁର୍ଣ୍ଣ ଦିଗ, ଯାହାକି ସହରାଞ୍ଚଳର ସ୍ତାନୀୟ ଲୋକଙ୍କ ଦ୍ୱାରା ପରିଚାଳନା ହେଲେ ପରିମଳ ବ୍ୟବସ୍ଥାର ସୁଧାର ହେବା ସହିତ ଆବର୍ଜନା ନିସ୍କାସନ କାର୍ଯ୍ୟ ସୁଦୃଢ ହୋଇ ପରିବେଶ ଠିକ୍ ରହିପାରିବ । ସ୍ଥାନୀୟ ଅଞ୍ଚଳର ରାସ୍ତାଘାଟ ,ନାଳ ନର୍ଦ୍ଦମା,ପାନୀୟ ଜଳ ଯୋଗାଣ,ରାସ୍ତା ଆଲକୀକରଣ,ପରିମଳ ପରିଚାଳନା, ବୃକ୍ଷରୋପଣ, ମଇଳା ନିସ୍କାସନ,ଡଷ୍ଟବିନ୍ ବ୍ୟବହାର ଇତ୍ୟାଦି କାର୍ଯ୍ୟ ୱାର୍ଡ ଉନ୍ନୟନ କମିଟି ବୁଝିବେ । ଏଥୀ ସକାଶେ ସ୍ଥାନୀୟ ଲୋକ ମାନଙ୍କୁ ନେଇ ୱାର୍ଡ କମିଟି ଗଠନ ହେବ । ଏଥୀରେ ୩ ଜଣ ମହିଳା,ଯୁବକ ଓ ସ୍ୱୟଂ ସହାୟିକ ଗୋଷ୍ଟୀ,ସ୍ୱେଚ୍ଚାସେବୀ ସଭ୍ୟ ସଭ୍ୟା ଭାବେ ରହି ମୋ ୱାର୍ଡ କୁ ସୁନ୍ଦର କରି ଗଢି ପୋଳିବେ । ଆବଶ୍ୟକ ସ୍ଥଳେ ଖାଲି ସ୍ଥାନରେ ଖୋଲା ଜିମ୍ କରି ସେଠାରେ ଛୋଟ ଛୋଟ ବ୍ୟାୟାମ ସାମଗ୍ରୀ ରଖାଯିବ । ଯାହାକୁ କି,ସର୍ବସାଧାରଣ ବ୍ୟବହାର କରିପାରିବେ । ପ୍ଲାଷ୍ଟିକ ମୁକ୍ତ ସହର,ଗୃହକୁ ଯାଇ ଆବର୍ଜନା ସଂଗ୍ରହ,ସର୍ବସାଧାରଣ ସ୍ଥାନରେ ଡଷ୍ଟବିନ୍ ର ବ୍ୟବହାର ଇତ୍ୟାଦି ସାମୁହିକ କାର୍ଯ୍ୟ ସେହି କମିଟି ଦ୍ୱାରା ପରିଚାଳନା ହେବାର ଯୋଜନା କରାଯାଇଛି । ପ୍ଲାଷ୍ଟିକ ମୁଣା ବିକ୍ରି ଦୋକାନ ଗୁଡିକ ଧରପଗଡ କରାଯିବ ଓ ଲୋକଙ୍କୁ ପ୍ଲାଷ୍ଟିକ୍ ଜରି ବ୍ୟବହାର ସକାଶେ ବାରଣ କରି ବଜାରକୁ ଗଲେ ଘରୁ ବ୍ୟାଗ୍ ନେଇ ଯିବା ଅଭ୍ୟାସ ଦିଗରେ ସଚେତନା କରାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ୧୦ ଫୁଟ ଉଚ୍ଚତା ବିଷିଷ୍ଠ ବୃକ୍ଷ ରୋପଣ କରି ନିକଟସ୍ଥ ଗୃହ ମାଲିକଙ୍କୁ ଉକ୍ତ ବୃକ୍ଷର ଯତ୍ନ ସକାଶେ ଦାୟିତ୍ୱ ପ୍ରଦାନ କରାଯିବ ଇତ୍ୟାଦି ସମସ୍ତ ବିଷୟ ନେଇ ବୈଠକରେ ଆଲୋଚନା ହୋଇଛି ।
ବୈଠକରେ ମହାନଗର ନିଗମ କମିଶନର ଡଃ ସିନ୍ଧେଶ୍ୱର ବଳିରାମ ବନ୍ଦାର,ଜିଲ୍ଲା ଗ୍ରାମୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରନ ମଣ୍ଡଳ,ବ୍ରହ୍ମପୁର ଉପଜିଲ୍ଲାପାଳ ୱ ,କୀର୍ତ୍ତି ୱାସନ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ,ମୁଖ୍ୟ ଜିଲ୍ଲା ଚିକିତ୍ସାଧୀକାରୀ ଡଃ ଉମା ଶଙ୍କର ମିଶ୍ର,ଜରୁରୀ କାଳୀନ ଅଧୀକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ,ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here