ଚିଦାନନ୍ଦ ସତସଙ୍ଗ କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ।

0
379

ବ୍ରହ୍ମପୁର,୧୫/୧୧/୨୦୨୦: ପାଟପୁର ଗାନ୍ଧୀଛକ ନିକଟ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପରିସରରେ ସ୍ଥାପିତ ଚିଦାନନ୍ଦ ସତସଙ୍ଗ କେନ୍ଦ୍ରର ଚତୁର୍ଥ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଅଛି ।ସମ୍ପୂର୍ଣ୍ଣ କୋଭିଡ୍ ନିୟମ ଅନୂପାଳନରେ ଅନୁଷ୍ଟିତ ଏହି ଦିବସ ପାଳନରେ ବିଶ୍ଵ ସମୂହରେ କରୋନା ମହାମାରୀର କବଳରେ ଜୀବନ ହରାଇଥିବା ଆତ୍ମା ସମୂହଙ୍କ ଭଗବତ ପ୍ରାପ୍ତି ଉଦ୍ଧେଶ୍ୟରେ ପ୍ରାର୍ଥନା କରାଯିବା ସହିତ ମହାମାରୀ କରୋନା ଜନିତ କାରଣରୁ ଆକ୍ରାନ୍ତଙ୍କ ଆଶୁ କାମନା କରି ବିଭୁବନ୍ଦନା କରାଯାଇଥିଲା । ଶ୍ରୀ ଗୁରୁ ପାଦୁକା ପୂଜା , ଗୀତାପାଠ , ଶ୍ରୀ ହନୁମାନ ଚାଳିଶା , ଜୟ ଗଣେଶ କୀର୍ତ୍ତନ , ଶ୍ରୀ ଗୁରୁ ସ୍ତ୍ରୋତ୍ରମ୍ , ଶ୍ରୀ ସୁକ୍ତମ୍ , ଶ୍ରୀ ଶନିଶ୍ଚର୍ ସ୍ତ୍ରୋତ୍ରମ , ଗୁରୁ ବାଣୀ ପାଠ ଓ ଭଜନ କୀର୍ତ୍ତନ ଅନୁଷ୍ଟିତ ହୋଇଥିଲା ।

ସତସଙ୍ଗ କେନ୍ଦ୍ର ସଭାପତି ଶ୍ରୀ ଅଶୋକ କୁମାର ବେହେରା ଓ ସମ୍ପାଦକ ଶ୍ରୀ ଗୋପାଳ ଚନ୍ଦ୍ର ସାବତଙ୍କ ପରିଚାଳନାରେ ଅନୁଷ୍ଟିତ ଏହି ସମାରୋହରେ ବରିଷ୍ଟ ଗୁରୁଭାଈ ଶ୍ରୀ କୁଞ୍ଜ ବିହାରୀ ପାଢ଼ୀ , ଶ୍ରୀ କୃଷ୍ଣଚନ୍ଦ୍ର ପତି , ଶ୍ରୀ ବାବୁ ପ୍ରଧାନ , ଶ୍ରୀମତୀ କୁମୁଦିନୀ ପାଢ଼ୀ , ଶ୍ରୀ ଶିବରାମ ପାଢ଼ୀ , ସାବିତ୍ରୀ ଦୋରା , କୁନ୍ତୀ ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଗୁରୁଭାଈ ଶ୍ରୀ ରଘୁନାଥ ଦୋରା , ଶ୍ରୀ ଚନ୍ଦ୍ର ଶେଖର ସାମନ୍ତରା ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here