ପତ୍ନୀଙ୍କୁ ଯୌତୁକ ନିର୍ଯ୍ୟାତନା : ସ୍ୱାମୀ ଗିରଫ

0
146

ବୁଗୁଡା,୨୬/୧୧/୨୦୨୦: ବୁଗୁଡା ଥାନା ଅନ୍ତର୍ଗତ ବେଳଗୁଣ୍ଠା ବ୍ଲକ ଟିକରପଡ଼ା ଗ୍ରାମର ସନ୍ତୋଷ କୁମାର ବରାଡ଼ ମୋଟର ସାଇକେଲ ଦାବୀକରି ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ନଭେମ୍ବର ୨୬ ତାରିଖ ଦିନ ଗିରଫ ହୋଇଥିବା ଜଣାପଡିଛି। ଅଭିଯୋଗରୁ ଜଣାପଡ଼ିଛିଯେ ବୁଗୁଡା ଥାନା ଅନ୍ତର୍ଗତ ବେଳଗୁଣ୍ଠା ବ୍ଲକ ଟିକରପଡ଼ା ଗ୍ରାମର ସନ୍ତୋଷ କୁମାର ବରାଡ଼ ବୁଗୁଡା ବ୍ଲକ କନ୍ଧ ଚନ୍ଦନପେଢ଼ି ଗ୍ରାମର ରଞ୍ଜିତ ନାୟକଙ୍କ ଝିଅ ପୁଷ୍ପିତା ଙ୍କୁ ୨୦୧୯ ମସିହା ଜୁନ ୧୨ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ଯୌତୁକ ବାବଦକୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ସହ ସୁନା ମୁଦି ଓ ଚେନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଦେଇଥିଲେ। ଏଥିରେ ସନ୍ତୁଷ୍ଟ ନହୋଇ ଏକ ବାଇକ ଆଣିବାକୁ ଦାବୀକରି ସନ୍ତୋଷ ନିଜ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ନିର୍ଯ୍ୟାତନା ଅଧିକ ହେବାରୁ ପୁଷ୍ପିତା ନିଜ ବାପାଙ୍କୁ ଖବର ଦେଇ ବାପା ଘରକୁ ଚାଲିଯାଇଥିଲେ। ବହୁଦିନ ବିତିଥିଲେ ମଧ୍ୟ କୌଣସି ସମାଧାନ ନହେବା ଯୋଗୁଁ ପୁଷ୍ପିତା ସ୍ଵାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନା ନେଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ବୁଗୁଡା ଥାନା କେଶ ୩୫୫/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅନୁସନ୍ଧାନ ପରେ ଆଜି ଗୁରୁବାର ଦିନ ପୋଲିସ ସନ୍ତୋଷ କୁମାର ବରାଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here