ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସବୁ ମେଡିକାଲ କଲେଜ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ।କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରି ଖୋଲିବ ମେଡିକାଲ କଲେଜ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଖୋଲିବାକୁ ନିଷ୍ପତ୍ତି।

0
283

ଭୂବନେଶ୍ୱର,୨୭/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌ ଖୋଲିବ। ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ମେଡିକାଲ କଲେଜ୍‌ ଖୋଲାଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌ ଖୋଲିବାକୁ ଥିବା ବେଳେ ସାମାଜିକ ଦୂରତା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ମୁଖ୍ୟମାନଙ୍କୁ ଅବଗତ କରାଯାଇଛି। ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କଲେଜ ଖୋଲାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।କୋଭିଡ-୧୯ ଯୋଗୁ ଓଡ଼ିଶାର ସମସ୍ତ ମେଡିକାଲ କଲେଜ ବନ୍ଦ ଥିବା ବେଳେ ଦୀର୍ଘ ୮ ମାସ ପରେ ଡିସେମ୍ବର ୧ରୁ ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍ ,ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here