ମହଙ୍ଗା ପଡ଼ିଲା ଅସତ ଧନ, କୁବେର ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ନିଲମ୍ବିତ।

0
245

ଭୂବନେଶ୍ୱର, ୨୭/୧୧/୨୦୨୦(ବ୍ୟୁରୋ ରିପୋର୍ଟ)
ମହଙ୍ଗା ପଡ଼ିଲା ଅସତ ଧନ। ଆଇ ଏଫ ଏସ ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଥିଲା। ଆଇ ଏଫ ଏସ ଅଭୟକାନ୍ତ ପାଠକ ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍‌ରେ ଅଛନ୍ତି ଅଭୟ। ବାପା, ପୁଅଙ୍କ ମୋବାଇଲରୁ ବାହାର କରାଯିବ ଡାଟା । ୯ କୋଟି ୩୫ ଲକ୍ଷ ୪୩ ହଜାର ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ସୁଚନା ।ମୂଳ ରୋଜଗାରର ୪୩୫ ପ୍ରତିଶତ ସମ୍ପତ୍ତି ରୋଜଗାର କରିଛନ୍ତି ଅଭିଯୁକ୍ତ।ଅନ୍ୟ ପକ୍ଷ ରେ ଆଇ ଏଫ ଏସ ଅଭୟକାନ୍ତ ପାଠକଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରେ ତଦନ୍ତକୁ ବ୍ୟାପକ କରିବାକୁ ୨୦ ଜଣିଆ ସଦସ୍ୟ ବିଶିଷ୍ଟ SIT ଗଠିତ ହୋଇଛି । ଭିଜିଲାନ୍ସ ଡିଆଇଡି ମାମଲାର ଅନୁଧ୍ୟାନ କରୁଛନ୍ତି । ସାଇବର ସେଲ୍‌ ଓ ସେଲ୍‌ଫୋନ୍‌ ଫରେନସିକ୍‌ ଏକ୍ସପର୍ଟ ତଦନ୍ତରେ ନିଯୁକ୍ତ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here