ଦୁର୍ଘଟଣାରେ ଯୁବକ ଙ୍କ ମୃତ

0
257

ବ୍ରହ୍ମପୁର, ୨୭/୧୧/୨୦୨୦( ଟୁକୁନା ପ୍ରଧାନ)-: ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ନିକଟରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଭୀମ ଦାସ (୩୨)। ଆଜି ଭୀମ ନିଜ ପିଲାଙ୍କ ସହ ଏକ ଅଟୋ ଯୋଗେ ଆସି ଓହ୍ଲାଇବା ପରେ ତାଙ୍କ ପୁଅଟି ହଠାତ ରାସ୍ତା ଉପରକୁ ଦୌଡ଼ି ଯିବା ବେଳେ ଭୀମ ତାକୁ ଆଣିବା ପାଈଁ ରାସ୍ତାକୁ ଯିବା ବେଳେ ରାସ୍ତାରେ ଆସୁଥିବା ଏକ ପିକଅପ୍ ଭ୍ୟାନ ତାଙ୍କୁ ଧକ୍କା ଦେବା ପରେ ସେ ଗୁରୁତର ଆହତ ହେବା ପରେ ତାଙ୍କୁ ତୁରନ୍ତ କୋଦଳା ମେଡିକାଲ ନେବା ପରେ ବ୍ରହ୍ମପୁର ଏମ୍ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅପରାହ୍ନ ୫ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତା କାଲି ତାଙ୍କ ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ ପ୍ରକାଶ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ଜବତ କରିଛି l

LEAVE A REPLY

Please enter your comment!
Please enter your name here