ବୁଗୁଡା ପିପୁଲସ କଲେଜରେ ବିଶ୍ୱ ରେଡ କ୍ରସ ଦିବସ ପାଳିତ

0
14

ବୁଗୁଡା ୮/୫/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜରେ ମଇ ୮ ତାରିଖ ଦିନ, ଯୁବ ରେଡ କ୍ରସ ଆନୁକୂଲ୍ୟରେ “ବିଶ୍ୱ ରେଡ କ୍ରସ ଦିବସ” ପାଳିତ ହୋଇଯାଇଛି l ପିପୁଲସ କଲେଜ ଯୁବ ରେଡ କ୍ରସ ପରାମର୍ଶଦାତା ଅଧ୍ୟାପକ ବିନୋଦ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲେ। କଲେଜର ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ରେଡ଼କ୍ର ସସ୍ବେଛାସେବୀ ବୃନ୍ଦଙ୍କୁ ରେଡ କ୍ରସ ର ମୌଳିକ ନୀତି ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ l ଅଧ୍ୟାପକ ଶ୍ରୀ କର ରେଡ କ୍ରସ ର ଇତିହାସ ଓ ଇତିବୃତ୍ତି ସମ୍ପର୍କରେ ମତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ଯୁବ ରେଡ କ୍ରସ ସ୍ବେଛାସେବୀମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ହୋଇପାରିଥିଲା। ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here