‘ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ପର୍ବ ବା କ୍ୟାଣ୍ଡେଲ ଡେ” ମିଶନ ରାଣୀ ମହାଦେବାଳୟ ଠାରେ ନିରାଡ଼ମ୍ବରରେ ସହକାରେ ପାଳନ

0
249

ବ୍ରହ୍ମପୁର,୨୭/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ‘ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ପର୍ବ ବା କ୍ୟାଣ୍ଡେଲ ଡେ” ମିଶନ ରାଣୀ ମହାଦେବାଳୟ ଠାରେ ନିରାଡ଼ମ୍ବରରେ ସହକାରେ ପାଳନ କରାଯାଇଅଛି। ବ୍ରହ୍ମପୁର ଧର୍ମପ୍ରଦେଶର ଧର୍ମାଧ୍ୟକ୍ଷ ଡ଼ା. ଶରତ ଚନ୍ଦ୍ର ନାୟକ, ଏହି ପର୍ବର ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ ଏବଂ ମିଶନ ରାଣୀ ମାଁ ମାରୀୟାଙ୍କ ଏହି ପର୍ଵ ଦିବସ ବିଷୟରେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରି ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇ ପ୍ରଚାର କରିଥିଲେ। ଏହି ପବିତ୍ର ପର୍ବରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ପ୍ରଭୁଦାସ ନାୟକଙ୍କ ସମେତ ଯାଜକ ସୁଶାନ୍ତ ଦିଗଲ ଓ ଯାଜକ ପୂର୍ଣ୍ଣ ଚନ୍ଦ୍ର ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ। ଏହି ଦିବ୍ୟଯଜ୍ଞରେ ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ ଓ ଯାଜକ ପ୍ରଭୁଦାସ ନାୟକ ଏବଂ ଧର୍ମାଞ୍ଚଳର ବିଭିନ୍ନ ଅନୁଷ୍ଠାନର ସେବାଭଗ୍ନୀ ଓ ସେବଭ୍ରାତାଙ୍କ ସମେତ ଏହି ମହାଦେବାଳୟର ପାଳକୀୟ ପରିଷଦର ସଭ୍ୟ ସଭ୍ୟା ମାନେ, ପର୍ବ କମିଟିର ସଦସ୍ୟ ଓ ସଦସ୍ୟା ମାନେ ଅତି ସ୍ୱଳ୍ପ ସଂଖ୍ୟକ ଭାବରେ ଯୋଗଦେଇ ଓଡିଶା ସରକାରଙ୍କ କୋଭିଡ଼ କଟକଣା ନିୟମ ଅନୁଯାୟୀ ଅତି ସୁନ୍ଦର ଭାବେ ଏହି ପର୍ବର ସୁପରିଚାଳନା କରିଥିଲେ ଏବଂ ଯିଶୁସ ୟୁଥର ଯୁବଗୋଷ୍ଠୀ ଏହି ମିଶନ ରାଣୀ ମାଁଙ୍କ ପର୍ବ ନିମନ୍ତେ ଶାନ୍ତି ଶୃଙ୍ଖଳା ଓ ସଙ୍ଗୀତ ପରିଚାଳନାର ଦାୟିତ୍ୱ ନେଇଥିଲେ।ତତ୍ସଙ୍ଗେସଙ୍ଗେ ଆଜି ସନ୍ଧ୍ୟାରେ ଇଂରାଜୀ ଭାଷାରେ ଦିବ୍ୟଯଜ୍ଞ ଉତ୍ସର୍ଗ କରାଯାଇଥିଲା ଏବଂ ତତ୍ପରେ ଭକ୍ତି ଭାବରେ ଦିବ୍ୟପ୍ରସାଦ ଆରାଧନା ଓ ମାଳାଜପ ପ୍ରାର୍ଥନା କରି ଏହି ଆଶ୍ଚର୍ଯ୍ୟ ଚକିତ ମାଁ ମାରୀୟାଙ୍କ ପର୍ବର ପରିସମାପ୍ତି କରାଯାଇଥିଲା। ଏହି ସମସ୍ତ ପ୍ରାର୍ଥନା ସଭାର ସିଧା ପ୍ରସାରଣ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ ଦ୍ୱାରା ଅନଲାଇନ ମାଧ୍ୟମରେ ଧର୍ମାଞ୍ଚଳର ସମସ୍ତ ମଣ୍ଡଳୀ ବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଗୀର୍ଜା ପ୍ରାଙ୍ଗଣର ପ୍ରବେଶକୁ ନିଷେଦ୍ଧ କରି ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here