*ବାପ ନମ୍ବରୀ,ବେଟା ଦଶ ନମ୍ବରୀ* ଆଇ ଏଫ ଏସ ଅଭୟକାନ୍ତ ଙ୍କ ଭିଜିଲାନ୍ସ ଚଢାଉ ରେ ୨ ଦିନ ଲାଗିଲାଣି, ୧୫୦ ଅଧିକାରୀ ଲାଗିଛନ୍ତି । ତଥାପି ଅଭୟଙ୍କ କଳା ସାମ୍ରାଜ୍ୟର ହିସାବ ସରୁନି

0
165

ଭୂବନେଶ୍ୱର, ୨୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ)
ଆଇ ଏଫ ଏସ ଅଭୟ କାନ୍ତ
ବାବୁ ଚାର୍ଟର ପ୍ଲେନ୍‌ରେ ବୁଲୁଥିଲେ । ସରକାରୀ ଚାକିରି କିନ୍ତୁ ଭୁଲିଯାଇଥିଲେ ପଦର ମର୍ଯ୍ୟଦା । କଳା ଟଙ୍କାରେ ଚାଲିଥିଲା ଅଭୟକାନ୍ତ ଙ୍କ ଅଏସର ଜୀବନ । କିନ୍ତୁ ଭିଜିଲାନ୍ସ ରେଡ୍ ଏବେ ଖୋଲି ଦେଇଛି ମୁଖା । ୧୫୦ ଅଧିକାରୀ ଖୋଜୁଛନ୍ତି କଳା କାରବାରର ଲିଙ୍କ୍।
କେଉଁଠି କେତେ ସମ୍ପତ୍ତି ରଖିଥିଲେ ସରକାରୀ ବାବୁ??? ଆଇଏଫଏସ୍ ଅଭୟ ପାଠକଙ୍କ ଅମାପ ସମ୍ପତ୍ତିର ତଥ୍ୟ ଦେଲା ଭିଜିଲାନ୍ସ। ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କ ଠାରୁ ଯେଉଁ ସମ୍ପତି ଜବତ ହୋଇଛି, ତାର ତାଲିକା ବେଶ ଲମ୍ବା ରହିଛି । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଛି । ବଡ କଥା ହେଉଛି, ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମର ଜମାହୋଇଛି । ପୁଅ ଆକାଶ ନାଁରେ ରହିଛି ୩ଟି ଦାମି ଗାଡି । ମର୍ସିଡିଜ, ବିଏମଡବ୍ଲୁ, ଟାଟା ହାରିୟର । ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି । ଏହା ଛଡା ଦାମି ଗାଡି ମଧ୍ୟ ଭଡାରେ ନେଉଥିଲେ ଆକାଶ। ପୁନେରେ ଚଢାଉ ସମୟରେ ୨ଟି ମର୍ସିଡିଜ ସମେତ ୩ଟି ଗାଡି ଭଡାରେ ନେଇଥିବା ମଧ୍ୟ ଜଣାପଡିଥିଲା । ଗାଡି ଭଡା ବାବଦକୁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା । ସେହିପରି ଫ୍ଲାଟ ଓ ଘର ଭଡା ବାବଦକୁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁମ୍ବାଇର ତାଜ ମହଲ ପ୍ୟାଲେସ ହୋଟେଲରେ ହୋଟେଲ ବିଲ୍ ହୋଇଛି ୯୦ ଲକ୍ଷ ଟଙ୍କା । ସେହିପରି ରାଜସ୍ଥାନ ଉଦୟପୁର ତାଜ ଲେକ ପ୍ୟାଲେସରେ ଆଡଭାନ୍ସ ବାବଦକୁ ଦିଆହୋଇଛି ୨୦ଲକ୍ଷ ଟଙ୍କା । ଚାଟାର୍ଡ ଫ୍ଲାଇଟରେ ଭ୍ରମଣରେ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ମାଲେସିଆ, ହଂକଂ, ୟୁନାଇଟେଡ କିଙ୍ଗଡମ, ୟୁନାଇଟେଡ ଆରବ ଏମିରେଟସ, ମାସଡିଭସ କୁ ଭ୍ରମଣ କରିଥିବା ଜଣାପଡିଛି । ପୁନେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଏବଂ ଦିଲ୍ଲୀକୁ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ଭ୍ରମଣ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here