୨୫ ବର୍ଷ ପରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

0
347

ପୁରୀ, ୨୭/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ  । ରତ୍ନ ସିଂହାସଂନରେ ନାଗାର୍ଜୁନ ବେଶ ଲାଗି ସମସ୍ତ ଆଭୁଷଣ ପହଞ୍ଚିବା ପରେ ବେଶ ନୀତି ଆରମ୍ଭ ହୋଇଛି  । ସକାଳ ୭ଟାରୁ ଆରମ୍ଭ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ। ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ସଜେଇ ହେଉଛନ୍ତି । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ଜଗାବଳିଆ । ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେବ ହାଣ୍ଡିଆ।  ଉଭୟ ଧାରଣ କରିବେ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ।ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟ ମୁତାବକ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ବିଧି ମୁତାବକ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ବେଶ ପ୍ରସ୍ତୁତ କରିଥିବା ଚକ୍ରକୋଟ ଖୁଣ୍ଟିଆଙ୍କ ଘରେ ଆଭୁଷଣଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ସମସ୍ତ ଆଭୁଷଣ ଗୁଡିକର ପୂଜାର୍ଚ୍ଚନା ପରେ ସଂସ୍କାର କରାଯାଇଥିଲା । ଆଭୁଷଣଗୁଡିକର ବରୁଣ ପୁଜା କରାଯିବା ସହ ପୁଷ୍ପାଞ୍ଜଳି ଦିଆଯାଇ ବନ୍ଦାପନା କରାଯାଇଥିଲା । ରୁଦ୍ଧଦ୍ୱାରରେ ହୋଇଥିଲା ମହାପ୍ରଭୁଙ୍କ ଆଭୁଷଣର ବନ୍ଦାପନା । ବନ୍ଦାପନା ଶେଷ ହେବା ପରେ ଘଣ୍ଟଘଣ୍ଟା, କାହାଳି ଓ ବିଜୟ ତୁରୀର ତାଳେ ତାଳେ ଶ୍ରୀମନ୍ଦିରକୁ ଶୋଭାଯାତ୍ରାରେ ବାହାରିଥିଲା ମହାପ୍ରଭୁଙ୍କ ଆଭୂଷଣ।

LEAVE A REPLY

Please enter your comment!
Please enter your name here