ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ ଜାରି

0
261

ବ୍ରହ୍ମପୁର, ୨୯/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ନିଜ କାର୍ଯ୍ୟ ଶୈଳୀ କୁ ନେଇ ସମାଜରେ ବେଶ ପ୍ରଶଂସିତ ହୋଇଥିବା ସ୍ବେତ୍ସାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସାପ୍ତାହିକ ସମାଜ ସେବା କାର୍ଯ୍ୟ। ପୂର୍ବରୁ ସଂଗଠନ ପକ୍ଷରୁ ପୋଷ୍ଟର ମୁକ୍ତ ଅଭିଯାନ ପରେ ସମାଜରେ ଅସହାୟ ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଭଳି କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ଟିମ ପକ୍ଷରୁ ବ୍ରହ୍ମପୁର ସହରରେ ଅବହେଳିତ ଅବସ୍ଥାରେ ରହିଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଅବସରରେ ଆଜି ଆସ୍କା ରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍କୁଲ ପରିସରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତିକୁ ଟିମ ସଦସ୍ୟ ମାନେ ସଫେଇ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କରି ସ୍ମୃତି ଚାରଣ କରିଥିଲେ। ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ରହିଥିବା ବହୁ ମହାପୁରୁଷଙ୍କ ପ୍ରତିମୂର୍ତିଙ୍କୁ ସଫେଇ ସହ ଉଦ୍ଧାର କରି ଏହି ଟିମ ସାଧାରଣରେ ବେଶ ପ୍ରଶଂସିତ ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ଟିମ ପକ୍ଷରୁ ସମାଜସେବା କାର୍ଯ୍ୟ ଏଭଳି ଜାରି ରହିବ ବୋଲି ଟିମ ସଦସ୍ୟ ମାନେ ମତ ରଖିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଟିମ କ୍ଲିନ ସିଟିର ସମସ୍ତ ସଦସ୍ୟଙ୍କ ସମେତ ବ୍ରହ୍ମପୁର କିନ୍ନର ସଙ୍ଘ ର ସଦସ୍ୟ ମାନେ ସାମିଲ ହୋଇଥିଲେ। ସୂଚନା ଥାଉ କି ବହୁ ଦିନ ଧରି କେବଳ ବ୍ରହ୍ମପୁର ସହର ନୁହେଁ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ଏହି ସଂଗଠନର ସଦସ୍ୟ ମାନେ ନିଜ ନିଜ ର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସବୁ ସ୍ତରରେ ବେଶ ପ୍ରଶଂସିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here