ଆସିକା ବ୍ଳକର ଦୁଇଟି ବାଲ୍ୟ ବିବାହ ବନ୍ଦ କଲା ସ୍ଥାନୀୟ ପ୍ରଶାସନ ।

0
136

ଆସିକା,୦୮/୧୨/୨୦୨୦: ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହକୁ ବେଆଇନ ଘୋଷଣା କରିବା ସହ ଖିଲାପକାରୀଙ୍କ ବିରୋଧରେ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ସମନ୍ୱିତ ଶିଶୁ ପ୍ରକଳ୍ପ ବିକାଶ ତରଫରୁ ଶିଶୁ କନ୍ୟା ବାଲ୍ୟବିବାହ ରୋକିବା ପାଇଁ ବହୁ ସଚେତନ କରାଯାଇଛି । ଏହାକୁ ଭୃକ୍ଷେପ ନକରି ଏହାର ଖୋଲାଖୋଲି ଭାବେ ବାଲ୍ୟ ବିବାହ କରାଯାଉଛି । ସମ୍ପୃକ୍ତ ଅଚଂଳରେ ୧୪ ରୁ ୧୭ ମଧ୍ୟରେ ଶତାଧିକ ବାଲ୍ୟ ବିବାହ ରହିଥିବା ଜଣାଯାଇଛି । ସୋମବାର ଆସିକା ବ୍ଳକ କାଳଷଣ୍ଡପୁର ଗ୍ରାମରେ ବାବୁ ବିଶ୍ୱାଳ ଓ ମଞ୍ଜୁ ବିଶ୍ୱାଳଙ୍କ ଗୃହ ପରିଦର୍ଶନ କରି ଆସିକା ସିଡିପିଓ ଭାରତୀ ମହାପାତ୍ର ବାଲ୍ୟ ବିବାହ ରୋକିଥିବା ଜଣାଯାଇଛି । ଏହି ପରିବାରର ସାନ ଝିଅ ସଙ୍ଗୀତା ବିଶ୍ୱାଳ (୧୬) ନୟାଗଡ ନୂଆଗାଁ ଗ୍ରାମର ଖଦାଳ ପରିଡାଙ୍କ ପୁଅ ସାଗର ପରିଡାଙ୍କ ସହିତ ଠିକ ହୋଇଯାଇଥିଲା । ଉଭୟ ପରିବାର ମଧ୍ୟରେ ହିନ୍ଦୁ ନିତି ଅନୁଯାୟୀ ଭାତଖିଆ ପର୍ବ ମଧ୍ୟ ସରିଯାଇଥିଲା । ଏହି ସୂଚନା ଜାଣିବା ପରେ ଆସିକା ସିଡିପିଓ ନାବାଳିକାଙ୍କ ଘରେ ପହଞ୍ଚି ତଦାରଖ କରିଥିଲେ । ଝିଅର ବାଲ୍ୟ ବିବାହ ନ କରିବା ପାଇଁ ଉଭୟ ବାପା ଓ ମାଙ୍କୁ ବୁଝାଇଥିଲେ । ଏହା ମଧ୍ୟରେ ଝିଅର ପଢିବା ଏବଂ ଖେଳକୁଦରେ ଆଗ୍ରହ ରହିଥିବା ଜଣାପଡିଥିଲା । ବାଲ୍ୟ ବିବାହ ନ କରିବା ପାଇଁ ବାପା ଓ ମା ବୁଝାସୁଝା ପରେ ଉଭୟ ଏହାକୁ ସ୍ୱୀକାର କରି ଏହି ବାଲ୍ୟ ବିବାହ ଝିଅର ବନ୍ଦ ହୋଇଥିଲା । । ନାବାଳିକା କନ୍ୟାର ପାଠପଢା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଦାୟିତ୍ୱ ସିଡିପିଓ ଭାରତୀ ମହାପାତ୍ର ଦାୟିତ୍ୱ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ସେହିପରି ଟିୟୁସନର ପାଠପଢା ଦାୟିତ୍ୱ କାଳଷଣ୍ଡପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ସେଭିଭଳି ଆସିକା ବ୍ଳକ ଧନିଜା ଗ୍ରାମରେ ମଧ୍ୟ ଆସିକା ସିଡିପିଓ ଭାରତୀ ମହାପାତ୍ର ଆଉ ଏକ ବାଲ୍ୟ ବିବାହକୁ ରୋକିଥିଲେ ।ସୂଚନା ମୁତାବକ ଧନିଜା ଗ୍ରାମର ଏ.ସାଇବାଣି ପାତ୍ରଙ୍କ ଝିଅ ଏ.ମମତା ପାତ୍ର ବୟସ ପ୍ରାୟ (୧୭ )।ତାଙ୍କ ବାହା ଘର ଠିକ ହୋଇଯାଇଥିବା ଖବର ଜାଣି ସେଠାରେ ପହଁଚିଥିଲେ ସିଡିପିଓ । ସେଠାରେ ବାପା ଓ ମାକୁ ବୁଝାଇବା ପରେ ଉଭୟ ରାଜି ହୋଇ ଥିଲେ । ଝିଅକୁ ୧୮ ବର୍ଷ ହେବା ପରେ ବାହା ଘର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରିବାର ବାପା ଓ ମା ମାନଙ୍କୁ ବୁଝିବା ପରେ ସେମାନଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରସିସି ମନୋରଞ୍ଜନ ପାଢୀ,ସୁପରଭାଇଜର ସବିତା କୁମାର ପଟ୍ଟନାୟକ, ବବିତା କୁମାରୀ ପଣ୍ଡା,ପ୍ରଧାନ ଶିକ୍ଷୟତ୍ରୀ ସବିତା କୁମାରୀ ପଟ୍ଟନାୟକ,ଅଙ୍ଗନୱାଡି, ଆଶା କର୍ମୀ ଯୋଗ ଦେଇଥିଲେ।

ରିପୋର୍ଟ-ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here