ନାଟ୍ୟଶ୍ରୀ ସ୍ବର୍ଗତ ରଘୁନାଥ ମିଶ୍ରଙ୍କ ୯୩ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ

0
259

 

ବ୍ରହ୍ମପୁର,୨୧/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ବରିଷ୍ଠ ନାଟ୍ୟଶ୍ରୀ ସ୍ବର୍ଗତ ରଘୁନାଥ ମିଶ୍ରଙ୍କ ୯୩ତମ
ଜୟନ୍ତୀ ସ୍ଥାନୀୟ ସ୍ପେକ୍ଟ୍ରମ୍ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଶ୍ରୀ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚଳଚିତ୍ର ନିର୍ଦ୍ଦେଶ ତଥା ବରିଷ୍ଠ ନାଟ୍ୟକାର ମେଜର ରମା ରମଣ ପାଢ଼ୀ ଯୋଗ ଦେଇ ସ୍ବର୍ଗତ ମିଶ୍ରଙ୍କର ଗୁଣାବଳି ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନାଟ୍ୟଶ୍ରୀ ଫାଉଣ୍ଡେସନ୍ ର ସଭାପତି ଶ୍ରୀ ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ବିପିନ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ଉତ୍ସଵରେ ଅନ୍ୟତମ ଉଦ୍ୟାକ୍ତା ପୁର୍ବତନ ବିଧାୟକ ତଥା କମ୍ୟୁନିଷ୍ଟ ନେତା ନାରାୟଣ ରେଡ଼୍ଡି ପରିଚୟ ସହିତ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାପାତ୍ର ଏବଂ କେ .ବଳରାମ ଦାଶଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ନାଟ୍ୟଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟନ୍ତୀ ଉତ୍ସଵର ଶେଷ ରେ ନାଟ୍ୟଶ୍ରୀ ଫାଉଣ୍ଡେସନ୍ ସମ୍ପାଦକ ପ୍ରଦୀପ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତୀ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଶ୍ରୀ ମିଶ୍ର ଙ୍କ କାଯ୍ୟ କଳାପ ଉପରେ ମତ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନ ମିଶ୍ର ,ରମେଶ ମହାରଣା ,ଅନିଲ ପାତ୍ର ,ରାମଚନ୍ଦ୍ର ସାସମଲ ,ଅନୁରାଧା ସାହୁ ,କୈଳାଶ ପାଣିଗ୍ରାହୀ ସୁଦୀପ ସାହୁ ,ମନୋଜ ସାମଲ ,ଗଣେଷ ସାହୁ ,ଡ଼ା. ତିରୁପତି ସାହୁ ,କପିଳ ମହାନ୍ତି ,ଯୁଧିଷ୍ଠିର ଭଞ୍ଜ ସାମନ୍ତ ,ରାଜୁ ପାଢ଼ୀ ଓ ସିମାଞ୍ଚଳ ବେହେରା ,କୃଷ୍ଣ ପଣ୍ଡା ,ରାଜ ଗୋପାଲ ପାଢ଼ୀ,ସୁବାସ ସାହୁ ,ମିହର ତ୍ରିପାଠୀ , ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here