ସାନଖେମୁଣ୍ଡିର ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ଉତ୍ସାହ ଭରିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳନ ।

0
124

ବ୍ରହ୍ମପୁର,୨୭ /୧୨ /୨୦୨୦: ରାଜ୍ୟ ଶାସକଦଳ ବିଜେଡିର ଅଭ୍ୟୁଥାନ ପରେ ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ଆଞ୍ଚଳିକ ଦଳଙ୍କ ମହତ୍ୱ ପ୍ରତିପାଦିତ ହୋଇଅଛି । ନିରବଚ୍ଛିନ୍ନ ଭାବେ ବିଜେଡି ସୁପ୍ରିମୋ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲଗାତାର ଅଷ୍ଟମ ଥର ପାଇଁ ବିଜେଡିର ଦଳୀୟ ସଭାପତି ରହିବା ସହ ପଞ୍ଚମ ପାଳିର ମୁଖ୍ୟମନ୍ତ୍ରୀତ୍ବ ଅବଧିର ଦ୍ଵିତୀୟ ବର୍ଷ ପୂରଣ କରିବା ମଧ୍ୟ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏକ ବିରଳ ରେକର୍ଡ ହୋଇଅଛି । ଏହି କାରଣକୁ ନେଇ ଦିବଂଗତ ରାଷ୍ଟ୍ର ନାୟକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ବିନ୍ଧାଣୀ , ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମକୁ ନେଇ ଗଠିତ ବିଜୁ ଜନତା ଦଳ ଓଡ଼ିଶାରେ ଗଠନ ପରଠାରୁ ନିଜର ଜୟଯାତ୍ରା ବଜାୟ ରଖି ବିଜୁ ବାବୁଙ୍କ ସ୍ବପ୍ନକୁ ସାର୍ଥକ କରୁଥିବା ବିଶ୍ୱାସ କରାଯାଇଅଛି । ଅତଏବ ବିଜେଡ଼ି ଦଳ ଗଠନର ୨୪ତମ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ କୋଭିଡ୍ ପ୍ରତିଷେଧକ ବ୍ୟବସ୍ଥାକୁ ନେଇ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବା ନିଷ୍ପତ୍ତି ପ୍ରକାରେ ସାନଖେମୁଣ୍ଡିରେ ପାଳିତ ହୋଇଯାଇଅଛି ।

ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ଧରାକୋଟ ରାଜମାତା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ବରେ ଶନିବାର ଦିନ ଧରାକୋଟ କାଳୀ ମନ୍ଦିର ପରିସରରେ ଆୟୋଜିତ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ଉଭୟ ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ୍ ବିଜେଡି କର୍ମୀ ଓ କର୍ମକର୍ତ୍ତା , ନିର୍ବାଚିତ ଦଳୀୟ ଜନ ପ୍ରତିନିଧି ତଥା ସରପଞ୍ଚ , ସମିତି ସଭ୍ୟ / ସଭ୍ୟା , ସମିତି ଅଧ୍ୟକ୍ଷା /ଉପାଧ୍ୟକ୍ଷଙ୍କ ଆଖିଦୃଶିଆ ସମାଗମ ଦଳୀୟ ପ୍ରତିଷ୍ଠା ଦିବସକୁ ରସାଣିତ କରିଥିବା ଜଣାଯାଇଅଛି । ଦିବସ ପାଳନ ସମାରୋହରେ ଉପସ୍ଥିତ ଦଳୀୟ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ନନ୍ଦିନୀ ଦେବୀଙ୍କ ଦଳୀୟ ଐକତାର ବିନିମୟତାରେ ହିଁ ଜନସାଧାରଣରେ ସୁବିଦିତ ହୋଇ ପାରିବା ଏବଂ ସରକାରଙ୍କ ଜନମଙ୍ଗଲ ଯୋଜନାର ସଫଳତା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସର୍ବସାଧାରଣରେ ପହଞ୍ଚାଇ ପରିବା ନେଇ ନିଜ ବକ୍ତବ୍ୟ ରଖିଥିଲେ । ଏହା ସହିତ ନବୀନ ବାବୁଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ଦୁର୍ନୀତି ବିରୋଧୀ ଚିନ୍ତାଧାରାର ପ୍ରତିଫଳନ ଗ୍ରାମ୍ୟ ଶାସନରେ ପ୍ରତିଫଳିତ କରାଇବାକୁ ଦଳୀୟ ଅନୁଗତଙ୍କୁ ଅନୁପ୍ରାଣିତ କରିଥିଲେ ।ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ଆସନ୍ତା ଦିନର ପଞ୍ଚାୟତ ନିର୍ବାଚନରେ ଉଭୟ ସମିତିକୁ ଦଳୀୟ ଦଖଲରେ ରଖିବାକୁ ନେଇ ମୂଳମନ୍ତ୍ରକୁ ଦୋହରାଇଥିଲେ ।

ଉପସ୍ଥିତ ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ଜିଲ୍ଲା ବିଜୁ ଯୁବ ଜନତା ଦଳର ଲକ୍ଷ୍ମଣ ଚୌଧୁରୀ , ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ରୀନା ଗୌଡ , ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ଶ୍ରୀ ଧୋବା ସ୍ବାଇଁ , ଧରାକୋଟ ସଭାପତି ଶ୍ରୀ ସଞ୍ଜୟ ପାତ୍ର , ସାନଖେମୁଣ୍ଡି ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ସ୍ବାଇଁ ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଟ କର୍ମୀ ଶଙ୍କର୍ଷଣ ସ୍ବାଇଁ , ବାବୁ ପ୍ରଧାନ , ନୀଳ ମାଧବ ରାଉତ , ସହଦେବ ପ୍ରଧାନ , ସନ୍ତୋଷ କୁମାର ବିଷୋୟୀ , ଧରାକୋଟ ଉପାଧ୍ୟକ୍ଷ ଶ୍ରୀ ବଳବନ୍ତ ସିଂ , ଛାତ୍ର ବିଜେଡିର ମାନସ ରଞ୍ଜନ ସ୍ବାଇଁ , ସରପଞ୍ଚ ଦୟାନିଧି ଜେନା , ଦିଲିପ୍ ସ୍ବାଇଁ , ରବୀନ୍ଦ୍ର ଘୋଷ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଜେଡି ନେତୃବୃନ୍ଦଙ୍କ ସହିତ ସ୍ଥାନୀୟ ଅନାଥାଶ୍ରମରେ ପହଞ୍ଚି ନନ୍ଦିନୀ ଦେବୀଙ୍କ ଦ୍ଵାରା ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here