ମର୍ଦ୍ଦକୋଟ ରେ ଧାନମଣ୍ଡି ଶୁଭାରମ୍ଭ

0
236

ବ୍ରହ୍ମପୁର,୨୭/୧୨/୨୦୨୦( ଟୁକୁନା ପ୍ରଧାନ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ସେବା ସମବାୟ ସମିତିରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ଚାଷୀମାନେ କିପରି ସୁବିଧାରେ ଟୋକେନ୍ ପାଇ ମଣ୍ଡି ଜରିଆରେ ଧାନ ବିକ୍ରୟ କରି ପାରିବେ ସେ ନେଇ ଚାଷୀମାନଙ୍କୁ ଅବଗତ କରାଯାଇଛି। ମର୍ଦ୍ଦକୋଟ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଦିପ୍ତୀ ପ୍ରକାଶ ନାୟକ, ସେବା ସମବାୟ ସମିତି ସଂପାଦକ ନାରାୟଣ ସାହୁ, ଜଗା କାଳିଆ ରାଇସ୍ ମିଲ୍ ର କର୍ମକର୍ତ୍ତା ଉପସ୍ଥିତରେ ଏହି ମଣ୍ଡି ଶୁଭାରମ୍ଭ ହୋଇଥିଲା। ମଣ୍ଡି ସେବା ଆରମ୍ଭରେ ଚାଷୀ ବଂଶୀଧର ବେହେରାଙ୍କ ଠାରୁ ୮୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ସମୟରେ ଧାନ କ୍ରୟ କରାଯିବା ପାଇଁ ସମ୍ପାଦକ ପ୍ରକାଶ କରିଛନ୍ତି । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here