ଫ୍ରେଣ୍ଡସ କ୍ରିକେଟ କ୍ଳବ୍ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ । ବିଜୟୀ ଟିମକୁ ଉଦଯାପନୀ ଉତ୍ସବରେ ପୁରସ୍କାର ବିତରଣ କଲେ ବିଧାୟକ ରମେଶ ଜେନା ।

0
205

 

ବ୍ରହ୍ମପୁର,୨୮/୧୨/୨୦୨୦: ପାଟପୁର କଲେଜ ଷ୍ଟାଡିୟମ ଠାରେ ପାଟପୁର ଫ୍ରେଣ୍ଡସ କ୍ରିକେଟ୍ କ୍ଲୁବ୍ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଇତିମଧ୍ୟରେ ଅନୁଷ୍ଟିତ ହୋଇଯାଇଅଛି । ଆଜିର ଏହି ଶେଷ ନିର୍ଣ୍ଣାୟକ ମ୍ୟାଚ ରାଜପୁର ଏବଂ ଉସ୍ତା ଜଗନ୍ନାଥପୁର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଉସ୍ଟା ଟିମର ନିର୍ଦ୍ଧିଷ୍ଟ ୭୪/୯ ରନ୍ ହାରକୁ ପିଛା କରି ୧୫ ଓଭରର ଶେଷ ବଲ୍ ବାକି ଥାଇ ସବୁ ଉଇକେଟ୍ ହରାଇ ରାଜପୁର ୬୪ ରନ୍ କରି ପରାସ୍ତ ହୋଇଅଛି ।
ଅନୁଷ୍ଟିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ସାନଖେମୁଣ୍ଡି ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଉଦଘାଟନ କରିବା ସହ ବିଜୟୀ ଦଳ ସହ କୃତି କ୍ରୀଡାବିତଙ୍କୁ ପୁରସ୍କୃତ କରିଛନ୍ତି । ଉତ୍ସବରେ ପୋରହିତ୍ୟ କରି ଯୁବ ସଂଗଠକ ଶ୍ରୀ ମୁକୁନ୍ଦ ଚନ୍ଦ୍ର ବରାଡ କ୍ରିକେଟ କ୍ଳବ୍ କର୍ମକର୍ତ୍ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ ସମିତି ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର , ଦୁର୍ଗା ପ୍ରସାଦ ପାଢ଼ୀ , ଶଙ୍କର ଖୁଣ୍ଟିଆ , ଶିବରାମ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହି ଅଂଶଗ୍ରହଣ କରିଥିଲେ ।
ବିଜୟୀ ପ୍ରତିଯୋଗୀ ଭାବେ ଗୋବିନ୍ଦ ଖୁଣ୍ଟିଆ ମେନ୍ ଅଫ୍ ମ୍ୟାଚ ,ଦୀପକ ପ୍ରଧାନ ମେନ୍ ଅଫ୍ ସିରିଜ୍ ବିବେଚିତ ହୋଇଥିଲା ବେଳେ ବିଜୟୀ ଟିମ୍ ଓ ରନର ଟିମକୁ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଦ୍ଵାରା ସିଲ୍ଡ ପ୍ରଦାନ୍ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ଆଶିଷ ଖୁଣ୍ଟିଆ , ନିଗମ ସ୍ବାଇଁ , ଶଙ୍କର ସାହୁ , ରବିନ ସାହୁ , ଶଙ୍କର ମହାନ୍ତି ପରିଚାଳନା କରିଥିବା ବେଳେ ସାଗର ବେହେରା ଓ ଏ ସିଦ୍ଧାନ୍ତ ରେଡ୍ଡୀ ମ୍ୟାଚ ଆମ୍ପାୟରିଂ ଦାୟିତ୍ଵ ନେଇଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here