ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧାଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା ସହାୟତା

0
206

ବୁଗୁଡା, ୨୮/୧୨/୨୦୨୦: ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ପିଇଓ ଗତ ଜୁଲାଇ ୨୯ ତାରିଖ ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ବେଳେ କରୋନା ଯୋଦ୍ଧାଙ୍କ ଧର୍ମ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି। ବୁଗୁଡା ବ୍ଲକର ଗୋଲିଆ ପାଞ୍ଚାୟତ ପିଇଓ ଶେଷଦେବ ବେହେରାଙ୍କ କରୋନା ପଜିଟିଭ ଜଣା ପଡିବା ପରେ ଗତ ଜୁଲାଇ ୨୧ ତାରିଖ ଦିନ ଟାଟା କୋଭିଡ଼ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୨୯ ତାରଖ ଦିନ ମୃତ୍ୟୁ ବରଣ କରିଥିଲେ। ସରକାରଙ୍କ ଘୋଷଣା ପ୍ରକାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିବା ଯୋଗୁ ସ୍ୱର୍ଗତ ବେହେରାଙ୍କ ପତ୍ନୀ ରଶ୍ମିବାଳା ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭଞ୍ଜନଗର ଏକ୍ସିସ ବ୍ୟାଙ୍କର ଶ୍ରୀମତ ବେହେରାଙ୍କ ଏକାଉଣ୍ଟରେ ଡିସେମ୍ବର ୩୦ ତାରିଖ ଦିନ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଜମାହେବ। ଏନେଇ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୦୬/ଜିପି ପ୍ରକାରେ ବ୍ୟାଙ୍କ ଓ ସ୍ବର୍ଗତ ଶେଷଦେବ ବେହେରାଙ୍କ ଧର୍ମପତ୍ନୀ ରଶ୍ମିବାଳା ବେହେରାଙ୍କୁ ଅବଗତ କରାଯାଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here