ଗଞ୍ଜାମ ଜିଲ୍ଲାପାଳଙ୍କ ବୁଗୁଡା ଗସ୍ତ କାର୍ଯ୍ୟକ୍ରମ

0
224

ବୁଗୁଡା,୨୮/୧୨/୨୦୨୦: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଡିସେମ୍ବର ୨୮ ତାରିଖ ଦିନ ବୁଗୁଡା ଗସ୍ତରେ ଆସି ତହସିଲ କାର୍ଯ୍ୟାଳୟର ବାର୍ଷିକ ହିସାବ ଯାଞ୍ଚ କରିଥିଲେ। ଏହାପରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଦର୍ଶ କମ୍ପୋଷ୍ଟ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ବୁଗୁଡା ବ୍ଲକର ବାଲିପଦର ଗ୍ରାମ ପଞ୍ଚାୟତର ଆଦର୍ଶ ପୋଖରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଓ ଆଦର୍ଶ ଗୁହାଳ ଗୁଡ଼ିକର କାର୍ଯ୍ୟ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ଆଦର୍ଶ କମ୍ପୋଷ୍ଟ କେନ୍ଦ୍ର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବେଢାଘାଇ କୁ ସୌନ୍ଦର୍ଯ୍ୟ କରଣ ପାଇଁ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ବେଢାଘାଇ ସୌନ୍ଦର୍ଯ୍ୟ କରଣ ପାଇଁ ୨୫ ଲକ୍ଷରୁ ଉର୍ଦ୍ଧ୍ବ ତାଙ୍କ ଖର୍ଚ୍ଚ ହୋଇ ପାର୍କ ଓ ଆଲୋକୀକରଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ଏହିସବୁ କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଓ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଉପସ୍ଥିତ ଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here