ବ୍ରହ୍ମପୁର,୨୮/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ଲୋକସଭା କାଯ୍ଯାଳୟରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ଏକ ବନ୍ଧୁମିଳନ କାଯ୍ଯକ୍ରମ ଆୟୋଜିତ ହୋଇଯାଇଛି। ଯୁବନେତା ଶିବରାମ ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାଯ୍ଯକ୍ରମରେ ଲୋକସଭା ପ୍ରାଥିୀ ଭି.ଚନ୍ଦ୍ରଶେଖର ନାଇଡୁ ଯୋଗଦେଇ କଂଗ୍ରେସ ଦଳର ଗୌରବମୟ ଅତୀତ ଓ ଦେଶ ଗଠନରେ କଂଗ୍ରେସ ଦଳର ଭୂମିକା ସଂପକରେ ଆଲୋକପାତ କରିଥିଲେ।ଏହି ଅବସରରେ ସହରର ବିଭିନ୍ନ ୱାଡରୁ ଆସିଥିବା ଲୋକମାନେ ନିଜନିଜ ଅଂଚଳର ସମସ୍ଯା ସଂପକରେ ଶ୍ରୀ ନାଇଡୁକଂର ଦୃଷ୍ଟି ଆକଷଣ କରିଥିଲେ। ବନ୍ଧୁ ମିଳନ ପୂବରୁ ଜିଲ୍ଲା କଂଗ୍ରେସ କାଯ୍ଯାଳୟ ବାପୁଜି ଆଶ୍ରମରେ ଆୟୋଜିତ ଦଳୀୟ ପତାକା ଉତ୍ତୋଳନ କାଯ୍ଯାକ୍ରମରେ ଶ୍ରୀ ନାଇଡୁ ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଦଳୀୟ କର୍ମୀ ଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଙ୍କ ନେତୃତ୍ବରେ ଜିଲ୍ଲାରେ ଦଳୀୟ ସଂଗଠନ ସୁଦୃଢ ହେଉଥିବାରୁ ଶ୍ରୀ ନାଇଡୁ ତାଙ୍କୁ ଧନ୍ଯବାଦ ଜଣାଇଛନ୍ତି। ବନ୍ଧୁମିଳନ କାଯ୍ଯକ୍ରମରେ ଜିଲ୍ଲା କିସାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟେଇ,ବ୍ରହ୍ମପୁର ଯୁବ କଂଗ୍ରେସ ସଭାପତି ବିଜୟରାଜ ପାଣିଗ୍ରାହୀ,ରବି ଅଧିକାରୀ,ରାଜ୍ଯ କିସାନ କଂଗ୍ରେସ ସଂପାଦକ ପଦ୍ମଚରଣ ସାହୁ,ସଂଜୟ ସ୍ବାଇଁ,ଏସ ଏ ଆକବର,ତତସତ ସୁବୁଦ୍ଦି,ପତିତ ଗନ୍ତାୟତ,ରାଜୀବ ଖୁଣ୍ଟିଆ ପ୍ରମୂଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ କଂଗ୍ରେସ ପ୍ରତିଷ୍ଠା ଦିବସରେ ସଂକଳ୍ପ ‘ଦଳର ପୂବ ଗୌରବ ଫେରାଇ ଆଣିବାକୁ ନିରବିଛିନ୍ନ ଉଦ୍ଯମ ଜାରୀ...





