ଭିଜିଲାନ୍ସ ଜାଲରେ ଚିକିଟି ମହାବିଦ୍ୟାଳୟ ର ଲ୍ୟାବରଟାରୀ ଆସିଷ୍ଟାଣ୍ଟ୍

0
206

ବ୍ରହ୍ମପୁର,୨୯/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ର ଚଢଉ। ଚିକିଟି ମହାବିଦ୍ୟାଳୟ ର ଲ୍ୟାବରଟାରୀ ଆସିଷ୍ଟାଣ୍ଟ୍ କୈଲାଶ ଚନ୍ଦ୍ର ମହାନ୍ତି ଙ୍କ ବ୍ରହ୍ମପୁର ଶ୍ରୀ ଟାଓ୍ବାର ସ୍ଥିତ ବାସଭବନ ସମେତ ଚିକିଟି ଗଡ ରେ ଥିବା ପୈତୃକ ଘର, ଶ୍ବଶୁର ଙ୍କ ଘର, ଚିକିଟି ମହାବିଦ୍ୟାଳୟ ରେ ଥିବା ଅଫିସ ରୁମ,ଭୂବନେଶ୍ୱର ଥିବା ଆପର୍ଟମେଣ୍ଟ ର ଫ୍ଲାଟ ଏପରି ୬ ଟି ସ୍ଥାନ ରେ ଏକା କାଳୀନ ଭିଜିଲାନ୍ସ ବିଭାଗର ଚଢଉ ଜାରି କରିଥିଲା।
ବ୍ରହ୍ମପୁର ସ୍ଥିତ ଶ୍ରୀ ଟ୍ୟାଓ୍ବର ଆପର୍ଟମେଣ୍ଟ ୬ଷ୍ଠ ମହଲା ରେ ଥିବା ଫ୍ଲାଟ ନଂ ୬୧୮ ଘର ପତ୍ନୀ ପ୍ରତିଭା ପଣ୍ଡା ଙ୍କ ନାମ ରେ ଥିବା ବେଳେ ଏହାର ମୂଲ୍ଯ ୨୦ ଲକ୍ଷ୬୨ ହଜାର, ଗାନ୍ଧୀ ନଗର ସ୍ଥିତ ସରବର ଆପର୍ଟମେଣ୍ଟ ର ଦ୍ବିତୀୟ ମହଲା ରେ ଥିବା ଫ୍ଲାଟ ମୂଲ୍ଯ ଆନୁମାନିକ ୧୨ ଲକ୍ଷ ୫୦ହଜାର, ଭୂବନେଶ୍ୱର ବିଜେବି ନଗରସ୍ଥିତ ଫ୍ଲାଟ ଆନୁମାନିକ ମୂଲ୍ଯ ୩୧ ଲକ୍ଷ, ଚିକିଟି ଗଡ ରେ ପୈତୃକ ଘର ର ଆନୁମାନିକ ମୂଲ୍ଯ ୨୬ ଲକ୍ଷ ଟଙ୍କା, ହଳଦିଆପଦର ଠାରେ ୩ଟି ଜାଗା ର ଆନୁମାନିକ ମୂଲ୍ଯ ୧୩ ଲକ୍ଷ ଟଙ୍କା,ସୁନା ଅଳଙ୍କାର ଆନୁମାନିକ ୨ ଲକ୍ଷ ୧୯ ହଜାର, ବିଭିନ୍ନ ବ୍ୟାଙ୍କ ରେ ଜମା ୮ ଲକ୍ଷ ଟଙ୍କା,ଗୋଟିଏ ଆଇଟେନ୍ କାର,ଗୋଟିଏ ମୋଟର ସାଇକେଲ, ଗୋଟିଏ ଟିପ୍ପର, ଟ୍ରାକ୍ଟର ଏପରି ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ର ସ୍ଥାବର ଓ ଅସ୍ଥାବର ସଂପତ୍ତି ଭିଜିଲାନ୍ସ ବିଭାଗ ଜବତ କରିଛି।ଭିଜିଲାନ୍ସ କୋର୍ଟଙ୍କ ସ୍ବତନ୍ତ୍ର ଜର୍ଜ୍ ଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ଆଜି ଏହି ଚଢାଉ ଜାରି ହୋଇଥିଲା। ଶ୍ରୀ କୈଲାଶ ଚନ୍ଦ୍ର ମହାନ୍ତି ୨୦୦୮ ରେ ଚାକିରି ଆରମ୍ଭ କରିଥିବା ବେଳେ ୨୦୧୪ ମସିହାରେ ଚାକିରି ରେ ନିୟମିତ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷ ରୁ ଏକ ମାମଲା- ୧୦/୨୦୨୦ ରୁଜୁ ହୋଇ ତଦନ୍ତ ଚାଲିଥିବା ଭିଜିଲାନ୍ସ ବିଭାଗ ଏସପି ଶ୍ରୀ ଅନିଲ କୁମାର ପାତ୍ର ଙ୍କ ଠାରୁ ସୁଚନା ମିଳିଛି।

LEAVE A REPLY

Please enter your comment!
Please enter your name here