ଶେରଗଡ,୩୦/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି)ଶେରଗଡ ବ୍ଳକର ପିତ୍ତଳ କ୍ଲଷ୍ଟର ପ୍ରାଥମିକ ବିଦ୍ୟାଳୟ କୁ ଶିକ୍ଷକ ରାମଚନ୍ଦ୍ର ପଣ୍ଡା ଓ ବାବୁ ଜେନା ବଦଳି ହୋଇ ଆସିଥିବାରୁ ଏବଂ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ଦାଶ ବଦଳି ହୋଇ ଅନ୍ଯତ୍ର ବଦଳି ଯାଇଥିବାରୁ ଓ ଏବିଇଓ ଲକ୍ଷ୍ମୀନାରାୟଣ କର ଅବସର ଗ୍ରହଣ କରିଥିବାରୁ ଏହି ଅବସରରେ ପିତ୍ତଳ ବଜାର ପ୍ରାଥମିକ ବିଦ୍ୟାଳୟ ରେ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହା କୁ ପରିଚାଳନା କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ଜୋତ୍ସ୍ନାରାଣୀ ପଣ୍ଡା ।କାର୍ଯ୍ୟ କ୍ରମ ରେ ସି ଆର ସି ସି ରବିନ୍ଦ୍ର ସ୍ୱାଇଁ ଙ୍କ ସମେତ ପିତ୍ତଳ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ପରିଶେଷରେ ସମସ୍ତ ଙ୍କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ପ୍ରସାଦ ସେବନ ରେ ଆପ୍ଯାୟିତ କରାଯାଇଥିଲା।






