ବ୍ରହ୍ମପୁର,୩୦/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ବହୁ ଚର୍ଚ୍ଚିତ ପ୍ରମୋଦିନୀ ନାୟକ ହତ୍ୟାକାଣ୍ଡ ଘଟଣା ର ପର୍ଦ୍ଦାଫାସ କରିଛନ୍ତି ବ୍ରହ୍ମପୁର ପୋଲିସ୍।ଗତ ମେ ମାସରେ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମରେ ଘଟିଥିବା ପ୍ରମୋଦିନୀ ନାୟକ ହତ୍ୟା ମାମଲାର ହତ୍ୟାକାରୀକୁ ଧରିବାରେ ବ୍ରହ୍ମପୁର ପୋଲିସ୍ କୁ ସଫଳତା ମିଳିଛି ।ଏହି ବହୁ ଚର୍ଚିତ ହତ୍ୟାକାଣ୍ଡ ର ଅଭିଯୁକ୍ତ ଜଣକ ପ୍ରକାଶ ବେହେରା ଙ୍କୁ ଆଜି ଗିରଫ କରାଯାଇଛି। ଏନେଇ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ଯ ଦେଇଛନ୍ତି।
ଗତ ମେ ମାସ ୧୦ ତାରିଖ ଦିନ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଲି ଗ୍ରାମର ନଦୀ ପଠାରେ ଏକ ମୁତ୍ଯୁ ଦେହ ମିଳିଥିଲା। ପରେ ପରିବାର ଅଭିଯୋଗ କ୍ରମେ ଏକ ଅପମୁତ୍ଯୁ ମାମଲା କେ. ନୂଆଗାଁ ଥାନାରେ ରୁଜୁ ହୋଇଥିଲା।ଜୁନ ୮ ତାରିଖ ରେ ପୋଷ୍ଟମୋର୍ଟମ ରିପୋର୍ଟ ରେ ହତ୍ଯା ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।ବ୍ରହ୍ମପୁର ଏସପି ପିନାକ ମିଶ୍ର ଙ୍କ ତତ୍ତ୍ବାବଧାନ ରେ ଏଡିସିନାଲ ଏସପି, ଚିକିଟି ଏସଡିପିଓ,କେ.ନୂଆଗାଁ ଥାନା ଅଧିକାରୀ ତଦନ୍ତ ରେ ସାମିଲ୍ ହୋଇଥିଲେ। ଘଟଣାରୁ ପ୍ରକାଶ ଯେ, ପ୍ରମୋଦିନି ଓ ତାର ମା ଜମିକୁ ଯାଉଥିବା ବେଳେ ପ୍ରମୋଦିନି ନଦୀ ପଠାକୁ ଗାଧେଇବାକୁ ଯାଇଥିଲା । ଉକ୍ତ ଗ୍ରାମର ଅଭିଯୁକ୍ତ ପ୍ରକାଶ ବେହେରା ତାର ପିଛା କରିଥିଲା।କାମନାର ଅନ୍ଧ ଥିବା ଅଭିଯୁକ୍ତ ପ୍ରକାଶ ବେହେରା, ପ୍ରମୋଦିନୀ ଗାଧେଇବା ବେଳେ ଲୁଚି କରି ଦେଖିବା ସହ ନିକଟକୁ ଯାଇ ପଛପଟୁ ଜାବୁଡି ଧରି ଦେଇଥିଲା । ଏଥିରେ ପ୍ରମୋଦିନୀ ପାଟି କରି ନିଜ ମା କୁ ଡାକିବା ସମୟରେ କାମାନ୍ଧ ପ୍ରକାଶ ଭୟରେ ପାଣିରେ ବୁଡାଇ ପ୍ରମୋଦିନୀ କୁ ହତ୍ୟା କରିଥିଲା।ଏଠାରେ ଉଲ୍ଲେଖନୀୟ ଯେ, ପୂର୍ବରୁ ଆସାମୀକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ସହ ସୂଚନାଦାତାଙ୍କ ନାମ ସଂପୂର୍ଣ୍ଣ ଗୋପନ ରଖାଯିବ ବୋଲି ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟ କୁ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମଳନୀ ରେ ସୁଚନା ପ୍ରଦାନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମଳନୀ ରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ।






