ଭୂବନେଶ୍ୱର,୩୧/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ବର୍ତ୍ତମାନ ସାରା ଦେଶରେ କୋଭିଡ-୧୯ ତଥା ବ୍ରିଟେନ ରୁ ସଂକ୍ରମିତ ହେଉଥିବା ଷ୍ଟ୍ରେନ ଭାରତ ପାଇଁ ଏକ ଚାଲେଞ୍ଜ ହୋଇ ଛିଡା ହୋଇଛି।ଅତି ତୀବ୍ର ଭାବରେ ସଂକ୍ରମିତ ହେଉଥିବା ଏହି ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।ତେଣୁ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କୌଣସି ଉତ୍ସବ କୁ ଅନୁମତି ଦିଆଯାଉନାହିଁ।ଯେଭଳି କୌଣସି ସ୍ଥାନରେ ଜନ ଗହଳି ନହେବ ସେଥିପାଇଁ ସରକାର ଆଜି ରାତି ୯ ଟା ରୁ ଆସନ୍ତା କାଲି ସକାଳ ପାଞ୍ଚଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରି କରିଛନ୍ତି।ତା ସହିତ ପୋଲିସ ପ୍ରଶାସନ ମଧ୍ୟ ଅମାନିଆ ଙ୍କୁ ଆୟତ୍ତ କରିବାକୁ ଆଜି ରାତି ୧୦ ଟାରୁ କର୍ଫ୍ୟୁ ସହିତ ୧୪୪ଧାରା ଲାଗୁ କରିବେ ବୋଲି ପୋଲିସ କମିଶନର କହିଛନ୍ତି।ଏହା ଦ୍ୱାରା କୌଣସି ସ୍ଥାନରେ ପାଞ୍ଚ ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ହୋଇ ପାରିବେ ନାହିଁ।ଏତଦ୍ବ୍ୟତୀତ କୋଣସି ଆପାର୍ଟମେଣ୍ଟ, ଆବାସିକ ସ୍ଥଳ ରେ ଭୋଜିଭାତ ନ କରିବାକୁ ଓ ରାତି ୯ ଟା ସୁଦ୍ଧା ସମସ୍ତ କାର୍ଯ୍ୟ ସାରି ଘରକୁ ଫେରିଯିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି।ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ନିଜର କାର୍ଯ୍ୟ ସମ୍ପାଦନ କରି ପାରିବେ।ଏହି ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଉଭୟ ଭୁବନେଶ୍ୱର ଓ କଟକ ରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।





