ବିମାନ ବନ୍ଦର ସ୍ଥାପନ ନେଇ ଆନ୍ଦୋଳନ ପାଇଁ ସଜବାଜ,ମୁଖ୍ୟମନ୍ତ୍ରୀଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଚେତାବନୀ

0
137

ବ୍ରହ୍ମପୁର,୦୨/୦୧/୨୦୨୧(ବ୍ୟୁରୋ ରିପୋର୍ଟ)ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ନେଇ ଦୀର୍ଘବର୍ଷରୁ ଆନ୍ଦୋଳନ ଚାଲିଥିବାବେଳେ ରଙ୍ଗେଇଲୁଣ୍ଡା, ଶୀତଳlପଲ୍ଲୀ ଆଦି ବିଭିନ୍ନ ପ୍ରସ୍ତାବିତ ସ୍ଥାନର କଥା କହି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲବାସୀଙ୍କୁ ଠକିଚାଲିଛନ୍ତି l ବ୍ରହ୍ମପୁର ଗଜପତିନଗର ଠାରେ ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଯୋଗଦେଇ ଗଞ୍ଜାମ ଜିଲ୍ଲା ପ୍ରତି ସବୁ କ୍ଷେତ୍ରରେ ବୈମାତୃକ ମନୋଭାବକୁ ଦୃଢ଼ ନିନ୍ଦା କରାଯାଇଛି l ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପୁରୀ ମାତ୍ର ୫୦କିମି, କଳାହାଣ୍ଡି, ଜୟପୁର, ରାୟଗଡା, ଝାରସୁଗୁଡା, ଧାମରା, ପାରାଦ୍ୱୀପ, ଅନୁଗୁଳ, ରାଉରକେଲା ଆଦି ଭୁବନେଶ୍ୱର ଠାରୁ ମାତ୍ର ୬୦ରୁ ୮୦କିମି ହେବାବେଳେ ଭୁବନେଶ୍ୱରଠାରୁ ବ୍ରହ୍ମପୁର ୧୭୦କିମିର ଦୂରତା ଓ ଜନସାଧାରଣଙ୍କ ଜରୁରୀ ଆବଶ୍ୟକତା ଓ ସମସ୍ତ ଭିତ୍ତିଭୂମି ଥିବା ସତ୍ୱେ ଗଞ୍ଜାମ ଜିଲ୍ଲା କୁ ଅନ୍ତର୍ଭୁକ୍ତ ନ କରି ଜିଲ୍ଲାବାସୀଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହତାଦର କରିଥିବା ପ୍ରମାଣିତ ହୋଇଛି l ଗଞ୍ଜାମ ଜିଲ୍ଲାର ନବନିର୍ବାଚିତ ୨ଜଣ ସାଂସଦ ଓ ୧୩ ଜଣ ବିଧାୟକଙ୍କ ନିଷ୍କ୍ରିୟତା ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି l ମୁଖ୍ୟମନ୍ତ୍ରୀ ଏହିପରି ପ୍ରସ୍ତାବ ବିରୁଦ୍ଧରେ ଆନ୍ଦୋଳନର ସଜବାଜ ପାଇଁ ଆସନ୍ତା ୧୦ ତାରିଖରେ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ସଭା କରାଯିବାକୁ ସ୍ଥିର ହୋଇଛି l ଆଜିର ଏହି ବୈଠକରେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ତ୍ରିନାଥ ମହାରଣା, ଆଇନଜୀବୀ ଡ. ଶିବ ପ୍ରସାଦ ମିଶ୍ର, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ସମାଜସେବୀ କିଶୋର ଚନ୍ଦ୍ର ପାତ୍ର,ସୁରେନ୍ଦ୍ର ମହାରଣା, ଆଇନଜୀବୀ ମାନସ ପାତ୍ର, ଗୁରୁଚରଣ ପାତ୍ର, ଗୌରୀଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇ ଗଞ୍ଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବର ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here