୨୮୩ ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

0
146

ଯାଜପୁର,୦୩/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ମହାମାରୀ କରୋନାର ଭୟାବହତା ସାରା ବିଶ୍ୱରେ ଜନସାଧାରଣଙ୍କୁ ଭୀତତ୍ରସ୍ତ କରୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ବିଗତବର୍ଷ ମାର୍ଚ୍ଚ ୨୨ତାରିଖରୁ ନିରସ୍ତ୍ର ସୈନିକଭାବେ ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନସହ ଅସହାୟ ବ୍ୟକ୍ତିବିଶେଷ ଓ ପାଗଳା ପାଗିଳି ମାନଙ୍କୁ ଖାଦ୍ୟ ସାମଗ୍ରୀ ସହ ବସ୍ତ୍ର,ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ,ବ୍ଲିଚିଂ ପାଉଡର ଆଦି ବଣ୍ଟନ କରୁଥିବା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ବାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜି ସଚେତନତା ଓ ରିଲିଫ ବଣ୍ଟନର ୨୮୩ତମ ଦିବାସୀୟ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକର ବିଭିନ୍ନ ସ୍ଥାନରେ କରାଯାଇଅଛି।କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଇବାସହ କର୍ମ ସଂସ୍ଥାନ ନିମନ୍ତେ ବାହ୍ୟ ଅଞ୍ଚଳରୁ ଆସିଥିବା ଅସହାୟ ମାନଙ୍କୁ ମଶାରୀ,କମ୍ବଳ, ଶୀତବସ୍ତ୍ର, ଖାଦ୍ୟ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସଗୃପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସୁଶ୍ରୀ ଯାଜ୍ଞସେନୀ ଜେନାଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here