ଫୁଲ୍‌ଟାରେ ଘର ପୋଡ଼ି ୫ଟି ପରିବାର ସର୍ବଶାନ୍ତ

0
135

 

ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା,୧୨/୦୧/୨୦୨୧: ବ୍ରହ୍ମପୁର ଉପକଣ୍ଠସ୍ଥ ତଥା କନିସି ତହସିଲ ଅନ୍ତର୍ଗତ ଫୁଲଟା ଗ୍ରାମରେ ନିଆଁ ଲାଗିଯିବା ଫଳରେ ୫ ଟି ପରିବାର ସର୍ବଶାନ୍ତ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଜି ଦିନ ପ୍ରାୟ ୨ଟା ପାଖାପାଖି ବେଳେ ଫୁଲଟା ଗ୍ରାମର ପୂର୍ବ ସାହିରେ ହଠାତ୍ ନିଆଁ ଲାଗିଯିବାର କେହି ଜଣେ ଦେଖି ଖବର ଦେଇଥିଲେ । ଖବର ପାଇ ଚାରିଆଡ଼େ ଦୌଡ଼ାଦୌଡ଼ି ଆରମ୍ଭ ହୋଇଥିବା ବେଳେ ଅଗ୍ନିଶମବାହିନୀ ଖବର ପାଇ ନିଆଁ ଲିଭାଇବା ପାଇଁ ଆସିଥିଲା । ତେବେ ନିଆଁ ଆୟତ ହୋଇଥିବା ବେଳେ ୫ଜଣଙ୍କ ଘର ପୋଡ଼ି ଛାରଖାର୍ ହୋଇଯାଇଛି । ଏଥିରେ କେହି ମୃତାହାତ ହୋଇନଥିବା ଫୁଲ୍‌ଟା ଆରଆଇ ପିଣ୍ଟୁ ଗୌଡ଼ କହିଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ପ୍ରାଥମିକ ରିଲିଫ୍ ଭାବେ ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ପଲିଥିନ୍ ଦିଆଯିବା ସହ ପରେ ପରେ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । କ୍ଷୟକ୍ଷତି ସମ୍ପୂର୍ଣ୍ଣ ଭାବେ ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏଥିରେ ରାଜୁ ପ୍ରଧାନ, କବିତା ପ୍ରଧାନ, ନରସିଂହ ସାସମଲ, ଏନାଦ୍ରି ସାସମଲ, ବସନ୍ତ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here