ନିଖିଳ ଉତ୍କଳ ସ୍ୱାବଲମ୍ବୀ ହାତପମ୍ପ କାରିଗର ଓ ପମ୍ପ ଚାଳକ ମିଳିତ ୟୁନିୟନର ମିଳିତ ବୈଠକ ।

0
134

ବ୍ରହ୍ମପୁର, ୧୪/୦୧/୨୦୨୧(ଟୁକୁନା ପ୍ରଧାନ) ନିଖିଳ ଉତ୍କଳ ସ୍ୱାବଲମ୍ବୀ ହାତପମ୍ପ କାରିଗର ଓ ପମ୍ପ ଚାଳକ ମିଳିତ ୟୁନିୟନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଶାଖା ସଦସ୍ୟଙ୍କ ଏକ ବୈଠକ ଏହି ବ୍ଲକ ଅନ୍ତର୍ଗତ ନୂଆଗଡ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ପ୍ରବୀଣ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ହର୍ଷ ରାଉତ ବିବରଣୀ ପାଠ କରିବା ସହ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରଯାଇଥିଲା।ସମସ୍ତ କାରିଗରଙ୍କର ପରିଚୟ ପତ୍ର ପ୍ରଦାନ ନିମନ୍ତେ ବିଡ଼ିଓ ଙ୍କୁ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଉପଦେଷ୍ଟା ପ୍ରଭାତ କୁମାର ସାହୁ, ଉପ ସଭାପତି ତାପସ ନାୟକ, କୋଷାଧ୍ଯକ୍ଷ ସୁବାସ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here