ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ସହାୟତା ।

0
136

ବୁଗୁଡା,୧୪/୦୧/୨୦୨୧: ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ କନ୍ଧ ଚନ୍ଦନପେଢି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ରଥ ଗତ ୨୭-୧୨-୨୦ ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ସ୍ବର୍ଗତ ରଥଙ୍କ ପରିବାରଙ୍କୁ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ଶିକ୍ଷକ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ବୁଗୁଡା ବିଇଓ ନୀଳମାଧବ ଷଡଙ୍ଗୀ ସ୍ବର୍ଗତ ଶିକ୍ଷକ ଶ୍ରୀ ରଥଙ୍କ ଧର୍ମପତ୍ନୀ ଜ୍ୟୋସ୍ନା କୁମାରୀ ରଥଙ୍କ ନାମରେ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ଏବିଇଓ ପିତାମ୍ବର ବିଷୋୟୀ ସେହି ଚେକ୍ ନେଇ ଶ୍ରୀମତୀ ରଥଙ୍କୁ ତାଙ୍କ ବାସ ଭବନରେ ହସ୍ତାନ୍ତର କରିଛନ୍ତି। ସେହିପରି ବିଇଓ ଅଫିସ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ପାଞ୍ଚ ହଜାର ଟଙ୍କାର ଏକ ଚେକ୍ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ସଦାଶିବପୁର ଶାସନ ଗ୍ରାମକୁ ଯାଇ ଶ୍ରମତୀ ରଥଙ୍କୁ ପ୍ରଦାନ କରିଥିଲେ। ସ୍ବର୍ଗତ ଶିକ୍ଷକ ଶ୍ରୀ ରଥଙ୍କ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥିବାରୁ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ମନୋରଞ୍ଜନ ଦାଶ ଓ ସମ୍ପାଦକ ନଗେନ୍ଦ୍ର କୁମାର ଷଡଙ୍ଗୀ ବୁଗୁଡା ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here