ଫକୀର ମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ପାଳନ।

0
301

ଯାଜପୁର,୧୪/୦୧/୨୦୨୧:ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରବାଦ ପୁରୁଷ, ସମାଜ ସଂସ୍କାରକ,ବ୍ୟଙ୍ଗକାର, ସମାଲୋଚକ,ଔପନ୍ୟାସିକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳନ ଓ ଆଲୋଚନା ଚକ୍ର ଯାଜପୁର ଟାଉନସ୍ଥିତ ଯାଜପୁର କୋଚିଂ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଅଛି।ସମାଜସେବୀ ତଥା ଯୁବସଙ୍ଗଠକ ଶ୍ରୀଯୁକ୍ତ ମନୋଜ କୁମାର ସାହୁଙ୍କ ମଞ୍ଚ ସଞ୍ଚାଳନରେ ମୁଖ୍ୟ ଆଲୋଚକଭାବେ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର କାଉନସେଲର ତଥା ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ଯୋଗଦାନକରି ଫକୀର ମୋହନ ସେନାପତିଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନକରି,ଆମ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା ସୃଷ୍ଟି କରିବା ତଥା ମହାପୁରୁଷ ମାନଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମଣିଷ ପୂଜକରୁ ପୂଜ୍ୟହେବାକୁ ସଂଗ୍ରାମ ଜାରି ରଖିବାସହ ଉତ୍ତର ପିଢିକୁ ଅନୁପ୍ରାଣିତ କରିବା ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ।ଏହିମର୍ମରେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ଛଅ ମାଣ ଆଠ ଗୁଣ୍ଠ,ଲଛମା,ମାମୁ,ପ୍ରାୟଶ୍ଚିତ ଆଦି ଉପନ୍ୟାସ ସମ୍ପର୍କରେ ଅବଗତ ସହ ସାମ୍ପ୍ରତିକ ସମାଜକୁ ତାହାର ଅବଦାନ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ।ଯାଜପୁର କୋଚିଂ ସେଣ୍ଟରର ପରିଚାଳକ ଶିକ୍ଷାବିତ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର ମହାନ୍ତି ଓ ଶିକ୍ଷାବିତ ଶ୍ରୀଯୁକ୍ତ ଧନଞ୍ଜୟ ଦୀକ୍ଷିତ ଅନ୍ୟତମ ଆଲୋଚକଭାବେ ଅଂଶ ଗ୍ରହଣ କରି ବ୍ୟାସକବିଙ୍କ ଜୀବନାଦର୍ଶରେ ଆଧୁନିକ ଛାତ୍ର ଓ ଯୁବପିଢ଼ି ଅନୁପ୍ରାଣିତ ହୋଇପାରିଲେ ସମାଜର ପଟ୍ଟ ପରିବର୍ତ୍ତନ ହୋଇପାରିବ ବୋଲି ମତବ୍ୟକ୍ତ କରିବାସହ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ବ୍ୟାସକବିଙ୍କ ଜନ୍ମ ବୃତାନ୍ତସହ ତାଙ୍କ ରଚିତ ଗଳ୍ପ ରାଣ୍ଡୀପୁଅ ଅନନ୍ତା ଓ ଡାକମୁନ୍ସୀର ସମୀକ୍ଷାସହ ସାମ୍ପ୍ରତିକ ସମାଜରେ ତାହାର ପ୍ରଭାବ ଏବଂ ତାହାର ନିରାକରଣ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here