ଗଞ୍ଜାମ ଜିଲ୍ଲାପାଳ ଙ୍କ ପିତ୍ତଳ ହାଇସ୍କୁଲ ରେ ନୂତନ ଶିକ୍ଷାଦାନ ପଦ୍ଧତି ପରିଦର୍ଶନ ।

0
129

ଶେରଗଡ,୧୫/୦୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ପିତ୍ତଳ ହାଇସ୍କୁଲ ପରିଦର୍ଶନ ରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି କ୍ଳାସରୁମର ନୂତନ ନକ୍ସା ଓ କୋଭିଟ ପରେ ଶିକ୍ଷାଦାନ ପଦ୍ଧତି ର ଅନୁଧ୍ୟାନ କରିବାସହ କ୍ଳାସରୁମରେ ଛାତ୍ର ଙ୍କ ସହ ଆଳାପ ଆଲୋଚନା କରି ଶିକ୍ଷାପରମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଶେରଗଡ ବିଡିଓ ସୁରଞ୍ଜନ ସାହୁ ଓ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।ପୂର୍ବରୁ ଏଅଂଚଳରେ ଜନସାଧାରଣ ପ୍ରାୟତଃ ଜିଲ୍ଲାପାଳ ମାନଙ୍କୁ ଦେଖିବା ସାତସପନ ହୋଇ ଥିବା ବେଳେ ଗତ ମାସକ ମଧ୍ଯ ରେ ଶ୍ରୀ କୁଲାଙ୍ଗେ ପାଂଚ ଥର ପିତ୍ତଳ ହାଇସ୍କୁଲ ପରିଦର୍ଶନ ରେ ଆସିବା ଘଟଣା ଜନସାଧାରଣଙ୍କୁ ତାଜୁବ କରିଛି।ଅନ୍ୟ ପକ୍ଷରେ ଜିଲା ପାଳ ଯେଉଁ ଅଂଚଳ ଗସ୍ତରେ ଯାଆନ୍ତି,ସେ ଅଂଚଳରେ ସ୍ୱଛତା ଉପରେ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ପିତ୍ତଳ ବଜାର ଡ୍ରେନଜର ପରିଷ୍କାର ଓ ପିତ୍ତଳ ସ୍ୱଛତା ପାଇଁ ପଂଚାୟତ କୁ କୌଣସି ନିର୍ଦ୍ଦେଶ ଦେଇନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here