ପାଇକ ରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ ପାଇଁ ବିଜେଡିର ସମର୍ଥିତ ପ୍ରାର୍ଥୀ ହେଲେ ଶ୍ରୀମତୀ ଏନ୍ ,ପୁଷ୍ପା ରେଡ୍ଡୀ ।

0
151

ବ୍ରହ୍ମପୁର,୧୫/୦୧/୨୦୨୧:
ଖାଲି ପଡ଼ିଥିବା ପଚୟତ ପ୍ରତିନିଧିଙ୍କ ସ୍ଥାନ ପୂରଣ ନିମିତ୍ତ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପରେ ସାନଖେମୁଣ୍ଡି ଅଞ୍ଚଳରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳୁଅଛି । ଖାଲି ପଡ଼ିଥିବା ପାଇକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ଫେବୃୟାରୀ ୧୧ ତାରିଖରେ ଭୋଟ ଗ୍ରହଣ ଧାର୍ଯ୍ୟ ହୋଇଥିବାରୁ ସ୍ପର୍ଶକାତର ପଞ୍ଚାୟତର ନିର୍ବାଚନୀ ପରିଚାଳନା ନେଇ ପ୍ରଶାସନ କ୍ରିୟାଶୀଳ ହୋଇଅଛି ।

ଏହି ସ୍ଥିତିରେ ପ୍ରାର୍ଥୀ ଚୟନ ଦିଗରେ ଶାସକ ବିଜେଡି ଦଳ ପକ୍ଷରୁ ଆଗୁଆ ପ୍ରାର୍ଥୀ ଚୟନ କରାଯାଇଥିବା ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ପକ୍ଷରୁ ସୂଚିତ କରାଯାଇଅଛି । ସାଧାରଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୀମିତ ସମୟ ଥିବା ବେଳେ ଉପନିର୍ବାଚନ ହେଉଥିବାରୁ ଦଳୀୟ ପ୍ରାର୍ଥୀ ଭାବେ ପଞ୍ଚାୟତ ଅନ୍ତର୍ଗତ ପି ସାମନ୍ତରାପୁର ନିବାସୀ ଏନ୍ , ପୁଷ୍ପା ରେଡ୍ଡିଙ୍କୁ ଦଳୀୟ ସମର୍ଥନ ସହ ବିଜେଡି ପ୍ରାର୍ଥୀ କରିଥିବା ଶ୍ରୀମତୀ ନନ୍ଦିନୀ ଦେବୀ ସୂଚିତ କରିଛନ୍ତି ।

ଆଜି ଧରାକୋଟ ରାଜପ୍ରାସାଦରେ ଅନୁଷ୍ଠିତ ସ୍ଵତନ୍ତ୍ର ଆଲୋଚନାରେ ସାନଖେମୁଣ୍ଡି ବିଜେଡିର କର୍ମକର୍ତ୍ତା ତଥା ଆଡପଡା ସରପଞ୍ଚ ନୀଳ ମାଧବ ରାଉତ , କୌଡିଆ ସମିତି ସଭ୍ୟ ଅମିନ ପ୍ରଧାନଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀ ଏନ୍ ପୁଷ୍ପା ରେଡ୍ଡୀଙ୍କ ସ୍ଵାମୀ ଏନ୍ ପ୍ରଫୁଲ୍ଲ ରେଡ୍ଡୀ , ଅଜୟ ରେଡ୍ଡୀ , ନିରାକାର ପାତ୍ର , ଅଭି ପାତ୍ର , ହିନ ପାତ୍ର , ନିର୍ମଳ ପାତ୍ର , ଟିଟୁ ପାତ୍ର , ନୀର ପାତ୍ର ପ୍ରମୁଖ ବହୁ ସମର୍ଥକ ସହ ଆଲୋଚନା ପରେ ନନ୍ଦିନୀ ଦେବୀ ଦଳୀୟ ପ୍ରାର୍ଥୀନୀ ଭାବରେ ଏନ୍ ପୁଷ୍ପା ରେଡିଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ଆସନ୍ତା ସରପଞ୍ଚ ଉପନିର୍ବାଚନରେ ପି ରାମଚନ୍ଦ୍ରପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ସଫଳ କାମନା କରିଛନ୍ତିି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here