ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାକୁ ରାଜ୍ୟ ସରକାରଙ୍କ ଯୋଜନା ପ୍ରଚାର ନେଇ ବିଡ଼ିଓଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦେଲା ଭାରତୀୟ ଜନତା ଯୁବମୋର୍ଚ୍ଚା ।

0
318

ବ୍ରହ୍ମପୁର,୧୫/୦୧/୨୦୨୧: କେନ୍ଦ୍ର ସରକାରଙ୍କ ଦ୍ଵାରା ଗ୍ରାମୀଣ ଶିକ୍ଷିତ ଯୁବକ ଯୁବତୀଙ୍କ ଆତ୍ମନିଯୁକ୍ତି ପାଇଁ ଉଦ୍ଧିଷ୍ଟ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ପ୍ରବର୍ତ୍ତନ କରିଛନ୍ତି ।ସ୍ଥଳ ବିଶେଷରେ ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଧେଶ ଅନୁଯାୟୀ ଜିଲା ସ୍ତରରେ ଜିଲ୍ଲାପାଳଙ୍କ ସଂଯୋଜନାରେ ରାଜ୍ୟ ଜୀବିକା ମିଶନ ଏବଂ ଓରମାସର ମିଳିତ ପ୍ରଯୋଜନାରେ କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଗ୍ରାମୀଣ କୌଶଲ୍ୟ ଯୋଜନାକୁ ମିଶାଇ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ସରକାରୀ କର୍ମ ନିଯୁକ୍ତି ପାଇଁ ଶିବିର ଆୟୋଜନ କରାଯାଉଥିବା ଦେଖିବାକୁ ମିଳୁଅଛି । ପରନ୍ତୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କରାଯାଉଥିବା ଏହି ଯୋଜନା ଭିତ୍ତିକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜ ବାହାବା ନେଉଥିବା ଚର୍ଚ୍ଚା ଧରିଆଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘର ଆଗରେ ବିଜୁ ପକ୍କାଘର ଯୋଜନା ଫଳକ ମାରିବା ଭଳି ଡି ଡି ୟୁ ଜି କେ ୱାଈ କେନ୍ଦ୍ରୀୟ ଯୋଜନାକୁ ଗୌଣକରି ରାଜ୍ୟ ସରକାରଙ୍କ ଯୋଜନା ଭାବେ ପ୍ରଚାର କରୁଥିବା ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଜି ଏଥି ନେଇ ଥାନାରେ ଏତଲା ଦେବା ସହ ସାନଖେମୁଣ୍ଡି ବିଡିଓଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ମିଳିଥିବା ଖବର ପ୍ରକାରେ ସାନଖେମୁଣ୍ଡି ବ୍ଲକ୍ ତରଫରୁ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ଭିତ୍ତିକ କର୍ମନିଯୁକ୍ତି ଶିବିର ଏରେଣ୍ଡରା ପଞ୍ଚାୟତରେ ଅନୁଷ୍ଟିତ ହେଉଥିବା ବେଳେ ଏଥିପାଇଁ ଥିବା ପ୍ରଚାର ବ୍ୟବସ୍ଥା ଡାକବାଜି ଯନ୍ତ୍ର ଦ୍ଵାରା ଜୀବିକା ମିଶନ ଏବଂ ଓରମାସର ପ୍ରଚାର କରାଯାଉଥିବା ବେଳେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ନାମ ନିଆ ଯାଇନଥିବା , କେନ୍ଦୀୟ ଯୋଜନାକୁ ପ୍ରଚାର ନକରି କେବଳ ଓଡ଼ିଶା ସରକାରଙ୍କ ପ୍ରଚାର କରୁଥିବା ନେଇ ଗଞ୍ଜାମ ଘୁମୁସର ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ପାଟପୁର ଥାନାରେ ସାନଖେମୁଣ୍ଡି ବିଡ଼ିଓଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହିତ ପ୍ରଚାର ଗାଡ଼ି ନଂ , ପ୍ରଚାରିତ ରେକର୍ଦିଂ ତଥ୍ୟ ପ୍ରଦାନ କରିଛି । ଜିଲା ସଂଗଠନ ସଭାପତି ଶ୍ରୀ ପ୍ରମୋଦ ପଣ୍ଡାଙ୍କ ନେତୃତ୍ବରେ ସଂଖ୍ୟାଧିକ ସଦସ୍ୟ ଓ କର୍ମକର୍ତ୍ତା ପାଟପୁର ଥାନାରେ ଥାନାଧିକାରୀ ଅଜୟ କୁମାର ବାରିକଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ଏତଲା ଦାଏର କରିଛନ୍ତି ।ଥାନା ଅଧିକାରୀ ଏତଲା ଗ୍ରହଣକରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here