ଉତ୍କଳ ସମ୍ମିଳନୀ ତରଫରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପୂଣ୍ୟ ଜୟନ୍ତୀ ସମାରୋହ ପାଳନ।

0
160

ବ୍ରହ୍ମପୁର,୧୪/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ମକର ସଂକ୍ରାନ୍ତି । ଓଡ଼ିଆ ଭାଷା ର ଦୁର୍ଦ୍ଦିନ ସମୟର ଏକ ସଂକଟ କାଳରେ ସ୍ଵକୀୟ ଲେଖନୀ ଚାଳନା କରି ଭାଷାକୁ ବଞ୍ଚେଇ ରଖିବା ପାଇଁ ଦୁର୍ବାର ଶପଥ ନେଇଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ ସେ ଯଥାର୍ଥ ରେ ଏ ଭାଷାର ଜାତିର
ଦକ୍ଷ ସେନାପତି ବୋଲି ଉତ୍କଳ ସମ୍ମିଳନୀ ଦ୍ବାରା ଆୟୋଜିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୯ତମ ଜୟନ୍ତୀ ଅବସରରେ
ଅତିଥି ବକ୍ତାଗଣ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ବାବାଜୀ ତୋଟା ସାହିସ୍ଥିତ ଶ୍ରୀଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତରଫରୁ ଆୟୋଜିତ ସଭାରେ ସମ୍ମିଳନୀ ର ସଭାପତି ଡ଼ ସୁବ୍ରତ କୁମାର ସାହୁ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ବ୍ୟାସକବି ଫକୀରମୋହନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଏବଂ କରୋନା ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ ଦିବଂଗତ ହୋଇଥିବା
ସଦସ୍ୟଙ୍କ ଆତ୍ମା ର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା
ବ୍ୟାସକବି ୧୮୪୩ ଜାନୁଆରୀ ୧୩ ମକର ସଂକ୍ରାନ୍ତି ପୂଣ୍ୟ ଅବସରରେ ଜନ୍ମ ଗ୍ରହଣ କରି ବହୁ ବାଧାବିଘ୍ନ ସତ୍ବେ ଭାଷା ଜନନୀଙ୍କ ଯେଉଁ ସେବା ସଦୃଶ୍ୟ ରେବତୀ, ଲଛମା,
ଛମାଣ ଆଠଗୁଣ୍ଠ, ଡାକମୁନିସୀ, ମାମୁଁ, ପ୍ରାୟଶ୍ଚିତ, ପେଟେଣ୍ଟ ମେଡିସିନ, ରାଣ୍ଡିପୁଅ ଅନନ୍ତା, ସଭ୍ୟ ଜମିଦାର, ଇତ୍ୟାଦି ସମେତ ଅନ୍ୟାନ୍ୟ କାଳଜୟୀ ଉପନ୍ୟାସ, ଗଳ୍ପ ,ସଂସ୍କୃତ ରାମାୟଣ , ମହାଭାରତ, ଉପନିଷଦ ଇତ୍ୟାଦିର ଅନୁବାଦ ପ୍ରଭୃତି ରଚନା ସମୁହ ସାରସ୍ଵତ ସୃଷ୍ଟି କରି ଯାଇଛନ୍ତି ତେଣୁ ଓଡ଼ିଆ ଜାତି ତାଙ୍କ ନିକଟରେ ଚିରଋଣି ବୋଲି ସଭାପତି
ଡ.ସାହୁ ମତବ୍ୟକ୍ତ କରି ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ଉପଦେଷ୍ଟା ମନ୍ମଥ ପାଢୀ, ଉପସଭାପତି ଡାକ୍ତର ନକୁଳ ସାହୁ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଶିକ୍ଷାବିତ୍ ଡ଼ ବନମାଳୀ ପାଣିଗ୍ରାହୀ, ହାଡିବନ୍ଧୁ ମାଳି,କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ସାହିତ୍ୟିକ ନବୀନ କୁମାର ପଟ୍ଟନାୟକ,
ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ସୁକାନ୍ତ କୁମାର ପାଢ଼ୀ, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ସମ୍ପାଦକ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here