ଫେବୃଆରୀ ୧ ରେ ବଜେଟ, ୨୯ରୁ ଆରମ୍ଭ ହେବ ସଂସଦୀୟ ଅଧିବେଶନ

0
118

ନୂଆଦିଲ୍ଲୀ,୧୫/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଫେବୃଆରୀ ୧ରେ ବଜେଟ, ୨୯ରୁ ଆରମ୍ଭ ହେବ ପାର୍ଲିୟାମେଣ୍ଟ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ। କୋଭିଡ୍ ମହାମାରୀ ବେଳେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୁଗମ କରିବାକୁ ଯାଇ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।ସପ୍ତମ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହେବା ସହ ଏହି ଅଧିବେଶନ ଏପ୍ରିଲ ୮ରେ ଶେଷ ହେବ ବୋଲି ସୂଚନା ରହିଛି। ରାଷ୍ଟ୍ରପତି ଜାନୁଆରୀ ୨୯ରେ ସକାଳ ୧୧ଟା ସମୟରେ ସଂସଦର ଦୁଇଟି ଗୃହକୁ ଏକାସାଙ୍ଗରେ ସମ୍ବୋଧିତ କରିବେ। ଫେବୃଆରୀ ୧ରେ ସକାଳ ୧୧ଟାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

LEAVE A REPLY

Please enter your comment!
Please enter your name here