ବ୍ରହ୍ମପୁର ସହରର ସ୍ଵେଚ୍ଛାସେବୀ ଅନୁଷ୍ଠାନ କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
148

ବ୍ରହ୍ମପୁର, ୧୭/୦୧/୨୦୨୧(ଟୁକୁନା ପ୍ରଧାନ)ପେଟର ଭୋକ କେବେ ଜାତି ବା ଧର୍ମ ଦେଖେନି । କେବଳ ଦେଖେ ପେଟର ସାନ୍ତ୍ୱନା। ଭୋକ ଓ ଶରୀରର ଅକ୍ଷମତା ମଣିଷକୁ ତାର ବାସ୍ତବିକତା ଦେଖାଇଦେଇଥାଏ। ଭଗବାନ ମନୁଷ୍ୟ କୁ ଦୁଇ ହାତ ଦେଇଛନ୍ତି, ଯାହା ଗୋଟାଏ ନିଜ ପାଇଁ ଓ ଗୋଟାଏ ଅନ୍ୟ ମାନଙ୍କ ସାହାଯ୍ୟ ପାଇଁ ।ଆଜି ସେଇ ହାତ ପାଲଟିଛି ବ୍ରହ୍ମପୁର ର ସ୍ଵେଚ୍ଛାସେବୀ ଅନୁଷ୍ଠାନ କାହ୍ନl ଚାରିଟେବୁଲ ଟ୍ରଷ୍ଟ ।ଆଜି ବ୍ରହ୍ମପୁର ଉପକଣ୍ଠ ନୀଳକଣ୍ଠେଶ୍ଵର ମନ୍ଦିର ପାଖରେ ଲେପ୍ରୋସି କଲୋନୀ ରେ ଥିବା କୁଷ୍ଠ ରୋଗୀ ମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି।ଏଠାରେ ଥିବା କୁଷ୍ଠ ରୋଗୀ ମାନଙ୍କ ସହ ମିଶି ସେମାନଙ୍କ ଦୁଃଖ ବାଣ୍ଟିବା ସହ ସେମାନଙ୍କୁ ମାନସିକ ସ୍ତରରେ ଉତ୍ସାହିତ କରିବା ସହ ତାଙ୍କ ମୁହଁରେ ହସ ଫୁଟେଇବା ପାଇଁ ଚେଷ୍ଟା କରିଛନ୍ତି।କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟ ର ସଦସ୍ୟ /ସଦସ୍ୟା ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ଓ ଶ୍ରୀମତୀ ପୂଜା ସାହୁ ଆର୍ଥିକ ସହଯୋଗ କରିଛନ୍ତି।ଏହି କାର୍ଯ୍ୟକ୍ରମ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ପୌରହିତ୍ୟ ରେ କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ମିଶ୍ର, କଳ୍ପନା ନାୟକ, ସମ୍ପାଦକ ସୌମ୍ୟକାନ୍ତ ମହାପାତ୍ର, ସମ୍ପାଦିକା ସସ୍ମିତା ମିଶ୍ର, ବି ସତୀଶ କୁମାର, ବିଜୟ କୃଷ୍ଣ ମହାନ୍ତି, ସ୍ବର୍ଣ୍ଣାଲତା ସାହୁ,ପି କୋମଳି,ତମାନ୍ନା ରାଣୀ ନାୟକ, ସିବାନି ପାଢ଼ୀ, ରାକେଶ ମାଲୁ, ସୁବସିନୀ ପଟ୍ଟନାୟକ, ବଂଶୀଧର ଦାସ,ସସ୍ମିତା ସାହୁ,ଓମ କୁମାର ସାହୁ ,ଦିଖସିତା ସାହୁ ସମେତ ଟ୍ରଷ୍ଟ ର ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here