ଭାରତୀୟ ଜନତା ପାର୍ଟି ର ପ୍ରଶିକ୍ଷଣ ଶିବିର ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ନେଇ ଆଲୋଚନା

0
165

ବ୍ରହ୍ମପୁର,୧୭/୦୧/୨୦୨୧(ଟୁକୁନା ପ୍ରଧାନ) ଭାରତୀୟ ଜନତା ପାର୍ଟି ଘୁମୁସର ସାଂଗଠନିକ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁ ମଣ୍ଡଳ ବିଜେପି ର ପ୍ରଶିକ୍ଷଣ ଶିବିର ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ସ୍ଥିତ ଅମରେଶ୍ଵର ଶୈବ ପୀଠ ପରିସରରେ ବିଜେପି ନେତା ଶ୍ରୀ ରବୀନ୍ଦ୍ରନାଥ ମିସ୍ତ୍ରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର କୁ ଆନୁଷ୍ଠାନିକ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବା ବେଳେ ମଣ୍ଡଳ ପ୍ରଶିକ୍ଷଣ ସଂଯୋଜକ ଶ୍ରୀ ପବିତ୍ର କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ ।ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଦଳ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଏଥିରେ କୃଷ୍ନ ଚନ୍ଦ୍ର ସ୍ଵାଇଁ, ସିମାଞ୍ଚଳ ମହାନ୍ତି, ଯଦୁନାଥ ମହାନ୍ତି, ଲାଲାଜୀ ଦୋରା, ପ୍ରସନ୍ନ ଶତପଥୀ, ନିରଞ୍ଜନ ପାଣିଗ୍ରାହୀ, ଜନସେନ ପରିଡା, ଜଗନ୍ନାଥ ପଣ୍ଡା, ସତ୍ୟବାଦୀ ସାହୁ, ରାମକୃଷ୍ଣ ଜେନା, କପିଳ ଡାକୁଆ, ସୁଦାମ ଭୋଇ, ଚନ୍ଦ୍ରମୋହନ ଜେନା, ସୁଶାନ୍ତ କୁମାର ଜେନା, ଅଧୀନ ପଢିଆଳି, ରଞ୍ଜନ ସମେତ ବହୁ କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ନେଇ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here