ବେଗୁନିଆପଡା ବ୍ଲକ ସମ୍ମୁଖରେ କୃଷକ ଆନ୍ଦୋଳନ

0
147

ବ୍ରହ୍ମପୁର, ୧୮/୦୧/୨୦୨୧( ଟୁକୁନା ପ୍ରଧାନ) ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ନୟ ସମିତି, ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ଋଷିକୁଲ୍ୟା ରୟତ୍ତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କୃଷକ ଆନ୍ଦୋଳନ କରାଯାଇଛି । ଚାଷୀ ଓ ଆଦିବାସୀମାନଙ୍କ ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଏହି ଆନ୍ଦୋଳନ କରାଯାଇଛି । ଚାଷୀ ମାନଙ୍କ ବିଭିନ୍ନ ଦାବି ନେଇ ସେମାନେ ବ୍ଲକ ସାମ୍ନାରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ଋଷିକୁଲ୍ୟା ରୟତ୍ତ ମହାସଭାର ରାଜ୍ୟସ୍ତରୀୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ଋଷିକୁଲ୍ୟା ରୟତ୍ତ ମହାସଭାର ଜିଲ୍ଲାସ୍ତରୀୟ ସଭାପତି ସୀମାଞ୍ଚଳ ନାୟକ, ଚାଷୀ ଆବାହକ ବିଜୟ ସ୍ୱାଇଁ, ମଧୁସୂଦନ ସେଠିଙ୍କ ସହ ଏକାଧିକ ପଂଚାୟତର ଚାଷୀ ଓ ଆଦିବାସୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଜି ବ୍ଲକର କୁମ୍ଭାରଗାଁ ପଂଚାୟତର ଉପନିର୍ବାଚନ ଥିବାରୁ ପ୍ରଥମେ ବିଡ଼ିଓ ବେଦବର ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପାଇଁ ଆସିପାରିନଥିଲେ ଆଉ ଅପରାହ୍ନ ୩ ଟା ପରେ ଆସିବା ପାଇଁ କହିଥିଲେ । ଫଳରେ ଯୋଗାଣ ବିଭାଗ ଅଧିକରିଣୀ ଆସି ଆଲୋଚନା କରିଥିଲେ । ଆଉ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଡ଼ିଓ ଆଲୋଚନାକୁ ଆସିବା ପାଇଁ ଚାଷୀ ମାନେ ଦାବି କରିଥିଲେ । ବି ଡି ଓ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜୋରଜାର ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here