ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ

0
152

ପୋଲସରା, ୧୮/୦୧/୨୦୨୧: ପୋଲସରା ବ୍ଲକ, କଣଛାଇ ପାଞ୍ଚାୟତର ହାତୀପାଦପଲ୍ଲୀ ଗ୍ରାମରେ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଡିସେମ୍ବର ୧୮ ତାରିଖ ଦିନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ହାତୀପାଦପଲ୍ଲୀ ଗ୍ରାମର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ହୋଇପାରିଛି।ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଘରକୁ ପାଇପ ଜଳ ଯୋଗାଣ ପାଇଁ ନିଷ୍ପତ୍ତି ପ୍ରକାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱରା ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ସ୍ଥାନୀୟ ସରପଞ୍ଚ ପାଣୁ ନାହାକ,ସମିତି ସଭ୍ୟ ଟୁକୁନା ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here