ପି ,ରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ ପାଇଁ ଚାରି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ।

0
158

ବ୍ରହ୍ମପୁର,୧୮/୦୧/୨୦୨୧: ଜନୈକ ମହିଳା ସରପଞ୍ଚଙ୍କ ବିରୁଦ୍ଧରେ ୱାର୍ଡ଼ ସଭ୍ୟଙ୍କ ଅନାସ୍ଥା ପ୍ରସ୍ତାବ ପାରିତ କାରଣରୁ ଖାଲି ପଡ଼ିଥିବା ପାଇକ ରାମଚନ୍ଦ୍ର ପୂର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆସନ୍ତା ଫେବୃୟାରୀ ୧୧ ତାରିଖରେ ଭୋଟ ଗ୍ରହଣ ଧାର୍ଯ୍ୟ ହୋଇଅଛି । ଏହି କ୍ରମରେ ଚାଲିଥିବା ନିର୍ବାଚନୀ ପ୍ରକ୍ରିୟାର ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ ସୁଦ୍ଧା ୪( ଚାରି ) ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ପଞ୍ଚାୟତ ସମିତି କାର୍ଯ୍ୟଳୟ ସୂତ୍ରରୁ ସୂଚନା ରହିଅଛି ।
ପ୍ରାପ୍ତ ସୂଚନା ପ୍ରକାରେ ଗତ ୧୫ ତାରିଖରେ ପାଇକ ରାମଚନ୍ଦ୍ରପୁର ଗ୍ରାମର ଶ୍ରୀମତୀ ସନ୍ତୋଷୀ ପ୍ରଧାନ ,ସ୍ୱା – ସୁନୀଲ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଶେଷ ଦିବସରେ ଶ୍ରୀ ଚନ୍ଦନପୁର ନିବାସୀ ଶ୍ରୀମତୀ ମମତା ତ୍ରିପାଠୀ , ସ୍ଵା – ଦିଲୀପ ତ୍ରିପାଠୀ , ପଲି ସାମନ୍ତରାପୁର ନିବାସୀ ଏନ୍ ପୁଷ୍ପା ରେଡ୍ଡୀ , ସ୍ଵାମୀ – ଏନ୍ , ପ୍ରଫୁଲ୍ଲ , ଏବଂ ଶ୍ରୀମତୀ ପ୍ରଭାତୀ ସ୍ବାଇଁ , ସ୍ଵାମୀ – ଶ୍ରୀମନ୍ତ ସ୍ବାଇଁ , ପାଇକ ଜଗନ୍ନାଥପୁର ପ୍ରମୁଖ ବ୍ଲକ୍ ମୁଖ୍ୟାଳୟରେ ପହଞ୍ଚି ଜି ପି ଈ ଓଙ୍କ କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ସଂଗ୍ରହ ସହ ନିର୍ବାଚନ ଅଧିକାରୀ ତଥା ବିଡ଼ିଓଙ୍କୁ ଭେଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫଳତଃ ଏହି ପଦବୀ ପାଇଁ ସର୍ବମୋଟ ଚାରି ଜଣ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ବୈଜୟନ୍ତି ମୁଣ୍ଡାଙ୍କ ସୂତ୍ରରୁ ସୂଚନା ମିଳିଅଛି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here