ପୁନଶ୍ଚ ମଞ୍ଚାୟନର ନାଟକ ଶ୍ରବଣ କୁମାର

0
138

ବ୍ରହ୍ମପୁର,୧୭/୦୧/୨୦୨୧(ବ୍ୟୁରୋ ରିପୋର୍ଟ) କଳା ଓ କଳାକାର ହୀତୈଷୀ ମହାମଞ୍ଚ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଆୟୋଜିତ ପୁନଶ୍ଚ ମଞ୍ଚାୟନ କାର୍ଯ୍ୟକ୍ରମରେ ପୌରାଣିକ ନାଟକ ଶ୍ରବଣ କୁମାର ପରିବେଷିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟ ବକ୍ତା ପ୍ରାକ୍ତନ ବିଡି ଏ ଅଧ୍ୟକ୍ଷ ସୁବାସ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଲୋକ କଳାକାର ସଂଘ ସଭାପତି ଅକ୍ଷୟ କୁମାର କର୍ଣ୍ଣ, ବାଲିଗୁଡା କବି ବିଚିତ୍ରାନନ୍ଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କଳାକାର ଏକତ୍ରି କରଣ ଓ କଳାର ବିକାଶ କ୍ଷେତ୍ରରେ ମହାସଂଘର ଭୂମିକା ବିଶେଷ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ ।ଏଥିରେ କିଛି ସାମ୍ବାଦିକ ବନ୍ଧୁଙ୍କୁ ଅତିଥି ମାନେ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁଙ୍କ ଦ୍ଵାରା ନିର୍ଦ୍ଦେଶିତ ତଥା ସୁରଳ ଶ୍ରୀ ଶ୍ରୀ ନରସିଂହ ନାଟ୍ୟ ସଂସଦ ପ୍ରଯୋଜିତ ନାଟକ ପରିବେଷଣ ହୋଇଥିଲା । ଏଥିରେ ସର୍ବଶ୍ରି ଡାକ୍ତର ତିରୁପତି ସାହୁ, ସୁବାସ ସାହୁ, ବିଶିକେଶନ୍ ସାହୁ, ଯୁଦ୍ଧିସ୍ଥିର ଭଞ୍ଜ ସାମନ୍ତ, ସୁଶାନ୍ତ କୁମାର ପଣ୍ଡିତ, ଚାନ୍ଦମାମା ଓ ରଜନୀ ଜୀବନ୍ତ ଅଭିନୟ କରିଥିବା ବେଳେ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ପି. ଶଙ୍କର ଓ ରଜନୀ ବେହେରା ସଙ୍ଗୀତଅଂଶରେ ସହଯୋଗ କରିଥିଲେ ।ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ , ଜୟ କୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ଦେଇଥିବା ବେଳେ ପରିଶେଷରେ ଦେବେନ୍ଦ୍ର ପ୍ରସାଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଳଦେବ ସାହୁ, ବଳରାମ ମହାପାତ୍ର, ଚନ୍ଦ୍ରଧ୍ୱାଜ୍ ପଣ୍ଡା, ପ୍ରଫୁଲ୍ଲ କୁମାର ନାୟକ, ସନ୍ତୋଷ ରଣା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here