ଅଙ୍ଗାରଗାଁ ରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍

0
263

ବ୍ରହ୍ମପୁର, ୧୭/୦୧/୨୦୨୧(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ତ୍ରିମୁର୍ତ୍ତି ନଗର ଖେଳ ପଡିଆ ରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ୍ ହୋଇଯାଇଛି। ଏହାକୁ ଅଙ୍ଗାରଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭ୍ରମର ଭୂୟାଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୁରୁବାରି ବିଶ୍ଵାଳ, ରବିନ୍ଦ୍ର କୁମାର ସ୍ଵାଇଁ, ସତୀଶ ରଞ୍ଜନ ତାରେଣୀ ,କୁମ୍ଭାରଗାଁ ପଞ୍ଚାୟତ ସମିତି ସଭ୍ଯା ଙ୍କ ପ୍ରତିନିଧି ପ୍ରତାପ କୁମାର ଜେନା, ବସନ୍ତ କୁମାର ଭୂୟାଁ,ଅଭିମନ୍ୟୁ ଭୂୟାଁ ବିପ୍ର ଚରଣ ପ୍ରଧାନ,ସନ୍ତୋଷ କୁମାର ସ୍ୱାଇଁ, ରବୀନ୍ଦ୍ର ବିଶ୍ୱାଳ, ତ୍ରିନାଥ ପ୍ରଧାନ, ମହେଶ୍ୱର ପୃଷ୍ଟି , ଶିକ୍ଷକ ପ୍ରସନ୍ନ କୁମାର ନାୟକ, ବାସୁଦେବ ବିଶ୍ୱାସ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ। ଆଜି ଉଦ୍‌ଘାଟନୀ ମ୍ୟାଚରେ ସାଙ୍କୁଡା ଟିମ୍ ସହିତ ନାୟିକାଣୀପଲ୍ଲୀ ଟିମ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଏହି ମ୍ୟାଚ ରେ ନାୟିକାଣୀପଲ୍ଲୀ ଟିମ୍ ୨-୦ ସେଟ୍ ରେ ବିଜୟ ଲାଭ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିବା ର ସୂଚନା ମିଳିଛି । ଫାଇନାଲ୍ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛନ୍ତି ସରପଞ୍ଚ ଶ୍ରୀ ସାହୁ । ଆୟୋଜକ କମିଟି ସଭାପତି ସନ୍ତୋଷ କୁମାର ସାହୁ, କ୍ରୀଡାବିତ୍ ତଥା ଶିକ୍ଷକ ବିପ୍ର ଚରଣ ଜେନା, ଅଶୋକ କୁମାର ଭୂୟାଁ, କୃଷ୍ଣ ଚନ୍ଦ୍ର ଡାକୁଆ, ଅଶୋକ କୁମାର ବିଶୋୟୀ, ଭାବଗ୍ରାହୀ ସୁମନ୍ତରାୟ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ବୁଡୁ ସାହୁ, ରୂପକ କୁମାର ସାହୁ, ସାଗର କୁମାର ସାହୁ, ଚନ୍ଦନ କୁମାର ସାହୁ, ଦୀପକ କୁମାର ସାହୁ, ଟିଟୁ ସେଠୀ, ବାଲ୍ୟ ବେହେରା, ଟୁକୁନା ସାହୁ, କାଳିଆ ସାହୁ, ଗଣେଶ ସାହୁ, ରାଜ ସ୍ଵାଇଁ, ରାମ ଚନ୍ଦ୍ର ଜେନା, ତୁଷାର ଦାସ, ବିକାଶ ସେଠୀ ସମେତ ଅନ୍ୟାନ୍ୟ କ୍ରୀଡାବିତ୍ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଆଜିର ମ୍ୟାଚ୍ କେ.ଜନାର୍ଦନ ଆଚାରୀ ପରିଚାଳନା କରିଥିବା ବେଳେ, ବିଭୁତି ପ୍ରଧାନ,ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ସାହୁ ଭାଷ୍ୟକାର ଭାବେ କାର୍ଯ୍ୟ ତୁଲାଇ ଥିଲେ । ଏଥିରେ ବହୁ ସଂଖ୍ୟାରେ ଦର୍ଶକ ମାନେ ସମାଗମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here